www.samajalive.in
Monday, December 15, 2025
24.1 C
Bhubaneswar

କରୋନା ରୋଗୀଙ୍କୁ ଖୁସି କରିବାକୁ ଗୀତ ଗାଇଲେ ଡାକ୍ତର

ବାଗଦାଦ: କରୋନା ଭୂତାଣୁ ମହାମାରୀ ରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ହଜାର ହଜାର ରୋଗୀ ପ୍ରାଣ ହରାଉଛନ୍ତି। ସାରା ବିଶ୍ଵ ଏହି ମାହାମାରୀ ବିରୋଧରେ ଲଢ଼େଇ କରୁଛନ୍ତି। ଏହି ଲଢ଼େଇର ପ୍ରମୁଖ ଯୋଦ୍ଧା ହେଉଛନ୍ତି ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ। ନିଜ ଜୀବନକୁ ବିପଦରେ ପକାଇ ରୋଗୀଙ୍କ ସେବା କରୁଛନ୍ତି। ସେମାନଙ୍କ ଆରୋଗ୍ୟ ପାଇଁ ଦିନ ରାତି ଖଟୁଛନ୍ତି। ଏହା ସତ୍ବେ ସେମାନଙ୍କ ମନରେ ସାମାନ୍ୟ ଦୁଃଖ ନାହିଁ। ବରଂ ରୋଗୀଙ୍କୁ ଖୁସି କରିବାକୁ କେଉଁଠି ଡାକ୍ତର ନାଚୁଛନ୍ତି ତ ଆଉ କେଉଁଠି ଗୀତ ଗାଉଛନ୍ତି। ଏଭଳି ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଛି ଇରାକ୍‌ର ବାଗଦାଦରେ। ଜଣେ ଡାକ୍ତର ରୋଗୀଙ୍କ ଖୁସି ପାଇଁ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡାକ୍ତର ଜଣଙ୍କୁ ବାଃ ବାଃ କରାଯାଉଛି।

ଡାକ୍ତର ଜଣକ ପିପିଇ କିଟ୍‌ ପିନ୍ଧିଥିବାବେଳେ ଆରବିକ ଭାଷାରେ ଅତି ସୁନ୍ଦର ସ୍ବରରେ ଗୀତ ଗାଉଛନ୍ତି, ଯାହାକୁ ଶୁଣି ରୋଗୀ ବେଶ୍‌ ଆନନ୍ଦ ଅନୁଭବ କରୁଥିବା ଦେଖାଯାଉଛି। ଏପରି କି ରୋଗୀ ଜଣକ ଖୁସିରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଶେଷରେ ଡାକ୍ତର ଜଣକ ତାଙ୍କ ମଥାକୁ ଏକ ଚୁମ୍ବନ ଦେଇ ସେଠାରୁ ଚାଲିଯାଉଛନ୍ତି।

- Advertisement -

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories