ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ ଶନିବାର ଫୋନ ଯୋଗେ କଥା ହୋଇଛନ୍ତି। ଦୁଇ ବିଧାୟକ ହେଲେ ନୀଳଗିରି ଓ ସାଲେପୁରର। ସେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଭୟ ବିଧାୟକ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହାସହ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ଯୋଦ୍ଧାଙ୍କ ସହ ମଧ୍ୟ ଫୋନେ ଯୋଗେ କଥା ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିଛନ୍ତି। ଏହାସହ କୋଭିଡ଼ ମୁକାବିଲା ପାଇଁ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି।
କୋଭିଡ଼ ଯୋଦ୍ଧାଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବା ସହ ସେମାନେ ସଠିକ ସେବା ପାଉଛନ୍ତି କି ନାହିଁ ମଧ୍ୟ ପଚାରିଛନ୍ତି। ଏହାସହ ନିକଟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ କୋଭିଡ଼ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ନିୟମିତ ଯୋଗାଯୋଗରେ ରହି ତଥ୍ୟ ନେବାକୁ କହିଥିଲେ।
କରୋନା ସଂକ୍ରମିତ ୨ ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
Popular Categories



