www.samajalive.in
Monday, December 15, 2025
26.1 C
Bhubaneswar

ଭୁବନେଶ୍ଵରରୁ ୩୮ ଓ କଟକରୁ ୧୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ଶନିବାର ୩୮ ଜଣ ଏବଂ କଟକରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ରହିଛନ୍ତି। ଭୁବନେଶ୍ଵରରୁ ଚିହ୍ନଟ ୩୮ ଜଣଙ୍କ ମଧ୍ୟରୁ ୨୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ମିଳିଛି। ଏହି ୩୮ ଜଣଙ୍କୁ ମିଶାଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୬୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ମଧ୍ୟରେ କୋଳଥିଆ କଳିଙ୍ଗ ବିହାରରୁ ଜଣେ ୫୫ ବର୍ଷୀୟ ପୁରୁଷ, ପୋଖରୀପୁଟ କାରଗିଲ ବସ୍ତିରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀରୁ ଜଣେ ୫୭ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨୭ ଏବଂ ୨୮ ବର୍ଷୀୟ ୨ ପୁରୁଷ, ଗଙ୍ଗନଗରର ଏକ ପରିବାରର ୩ ଜଣ, ନୀଳାଦ୍ରିବିହାରରୁ ୨ ମହିଳା ଏବଂ ଜଣେ ପୁରୁଷ ଓ ନୟାପଲ୍ଲୀରୁ ଜଣେ ୫୫ ବର୍ଷୀୟ ପୁରୁଷ ରହିଛନ୍ତି।

- Advertisement -

ସେହିପରି କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରୁ ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ ଏବଂ ଜଣେ  ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ୪ ଜଣ ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହି ୪ ଜଣ ଏସସିବି ମେଡିକାଲର କରୋନା ଯୋଦ୍ଧା। ସେମାନେ ଏସସିବିରେ ଆଇସୋଲେଶନ ୱାର୍ଡରେ ରହିଛନ୍ତି। କଟକର ଦିୱାନ ବଜାରରୁ ଜଣେ ୨୨ ବର୍ଷୀୟ ଯୁବକ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories