www.samajalive.in
Monday, December 8, 2025
14.1 C
Bhubaneswar

ଦଳରୁ ବାଦ୍‌ପଡ଼ିବା ପରେ ରାୟୁଡୁଙ୍କ ପ୍ରତିକ୍ରିୟା: ବିଶ୍ବକପ୍ ଦେଖିବାକୁ ୩ଡି ଚଷମା ଅର୍ଡର ଦେଇଛି

ନୂଆଦିଲ୍ଲୀ : ୨୦୧୯ ବିଶ୍ବକପ୍‌ ଦଳରୁ ବାଦ୍‌ପଡ଼ିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଭାରତୀୟ ବ୍ୟାଟ୍‌ସମ୍ୟାନ ଅମ୍ବତି ରାୟୁଡୁ। ୩୩ ବର୍ଷ ବୟସ୍କ ରାୟୁଡୁଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବେ ୨୮ ବର୍ଷ ବୟସ୍କ ବିଜୟ ଶଙ୍କରଙ୍କୁ ଦଳରେ ସ୍ଥାନ ଦେଇଛନ୍ତି ମନୋନୟନକାରୀ। ଏଥିରେ ତାଙ୍କ ନିରାଶ ବ୍ୟକ୍ତକରି ରାୟୁଡୁ ଟ୍ବିଟରରେ ଲେଖିଛନ୍ତି- ବିଶ୍ବକପ୍ ଦେଖିବା ପାଇଁ ଏବେ ନୂଆ ୩ଡି ଚଷମା ଅର୍ଡର ଦେଇଛି।
ଗତ ୨ ବର୍ଷ ହେଲା ରାୟୁଡୁଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲି ନିୟମିତ ଭାବେ ଦିନିକିଆ ଦଳରେ ୪ନଂ ସ୍ଥାନରେ ବ୍ୟାଟିଂ ଦେଉଥିଲେ। ରାୟୁଡୁଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା। ରାୟୁଡୁ ୧୪ଟି ଦିନିକିଆ ମ୍ୟାଚ୍‌ରେ ୪ନଂ ସ୍ଥାନରେ ବ୍ୟାଟିଂକରି ୪୨.୧୮ ଆଭ୍‌ରେଜ୍‌ରେ ୪୬୪ ରନ୍ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ୨ଟି ଦିନିକିଆ ଖେଳିବାର ସୁଯୋଗ ମିଳିଥିବା ବେଳେ ନ୍ୟୁଜିଲାଣ୍ଡ ଗସ୍ତରେ ରାୟୁଡୁ ୫ଟି ଇନିଂସରୁ ୬୩.୩୩ ଆଭ୍‌ରେଜ୍‌ରେ ସର୍ବାଧିକ ୧୯୦ ରନ୍ କରିଥିଲେ। ଏପରି ପ୍ରଦର୍ଶନ ପରେ ବିଶ୍ବକପ୍ ଦଳରେ ଭାରତୀୟ ୧୫ ଜଣିଆ ତାଲିକାରେ ନିଜ ନାମ ଦେଖିବାକୁ ରାୟୁଡୁ ଆଶାକରିବା ସ୍ବାଭାବିକ। ୫୫ଟି ଦିନିକିଆରୁ ରାୟୁଡୁ ୪୭.୦୫ ଆଭ୍‌ରେଜରେ ସ୍କୋର୍ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ରାୟୁଡୁ ୧୧୩ ବଲ୍‌ରୁ ୯୦ ରନ୍‌ର ଇନିଂସ ଖେଳିଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ୍ ରାୟୁଡୁଙ୍କ ପାଇଁ କାଳ ହୋଇଛି। ଏହି ସିରିଜ୍‌ର ପ୍ରଥମ ୩ଟିଯାକ ଦିନିକିଆରେ ବିଫଳ ହେବା ପରେ ରାୟୁଡୁଙ୍କୁ ଶେଷ ୨ଟି ଦିନିକିଆରୁ ବାଦ୍ ଦିଆ ଯାଇଥିଲା। ଦଳ ଘୋଷଣା କରିବା ବେଳେ ମନୋନୟନ କମିଟି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ କହିଥିଲେ, ଆମେ ରାୟୁଡୁଙ୍କୁ ଅଧିକ ସୁଯୋଗ ଦେଇଛୁ। ତେବେ ବିଜୟ ଶଙ୍କର ଦଳ ପାଇଁ ୩ଟି ଦିଗରୁ ଉପଯୋଗୀ। ସେ ମଧ୍ୟକ୍ରମରେ ବ୍ୟାଟିଂ କରିପାରନ୍ତି। ବୋଲିଂ ମଧ୍ୟ କରିପାରନ୍ତି। ଏହାଛଡ଼ା ବିଜୟ ଜଣେ ଭଲ ଫିଲ୍‌ଡର।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories