ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସାଇନ୍‌-ଏ-ଡାଏ ଘୋଷଣା

0

ମଙ୍ଗଳବାର ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ଦୃଷ୍ଚିରେ ରଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି । ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି  ରହିଥିଲେ  । ଫି ବୃଦ୍ଧି ଓ ହଷ୍ଟେଲ ଛାଡିବା ନିର୍ଦେଶର ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ଏହି ଧାରଣା ଦେଇଥିଲେ । ନବୀକରଣ ପାଇଁ ମେ ୨୮ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍ ହୋଇଥିଲା ବୋଲି ରେଭେନ୍ସା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି ।  ବୁଧବାର ସକାଳ ସୁଦ୍ଧା ହଷ୍ଟେଲ ଖାଲି କରିବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply