‘ରାମଜୀ ସମୋସେୱାଲେ’ ! ଏଠାରେ ମିଳେ ୭୮୮ ପ୍ରକାରର ସିଙ୍ଗଡ଼ା

0

ଦିଲ୍ଲୀସ୍ଥିତ ନୋଇଡାର ପ୍ରତି ଗଳିକନ୍ଦିରେ ରହିଛି ସଂଖ୍ୟାଧିକ ରେସ୍ତୋରାଁ। ଉଭୟ ଦେଶୀ ଓ ବିଦେଶୀ ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ। ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଥିବା ‘ରାମଜୀ ସମୋସେୱାଲେ’ ପ୍ରସିଦ୍ଧ। ୨୦୦୭ରେ ସନ୍ଦୀପ ଚୋଟୱାଲ ନାମକ ଜଣେ ବ୍ୟକ୍ତି ମୋତିନଗରରେ ପ୍ରଥମେ ଛୋଟ ରେସ୍ତୋରାଁଟିଏ ଆରମ୍ଭ କରିଥିଲେ। ଆଜିର ସମୟରେ ଦିଲ୍ଲୀର ଏହାର ମୋଟ୍ ୩୫ଟି ଶାଖା ଥିବାର ଜଣାପଡ଼ିଛି। ୪୫ହଜାର ଟଙ୍କାର ଏଇ ସିଙ୍ଗଡ଼ା ବ୍ୟବସାୟ ଆଜି ଲକ୍ଷାଧିକ ଟଙ୍କାରେ ପହଞ୍ଚିଛି। ମୋଟ୍ ୭୮୮ ପ୍ରକାରର ସିଙ୍ଗଡ଼ା ଏଠାରେ ମିଳୁଥିବାବେଳ ପିଜ୍ଜା ସମୋସା, ପନିର୍ ସମୋସା, ମଶରୁମ୍ ସମୋସା, ଚକୋଲେଟ୍ ସମୋସାରେ ବିକ୍ରି ସବୁଠୁ ଅଧିକ ହୋଇଥାଏ। ମୁଖ୍ୟ ରେସ୍ତୋରାଁରେ ୧୦ଜଣ ଦକ୍ଷ କାରିଗର ଦୈନିକ ହଜାରହଜାର ସଂଖ୍ୟାରେ ସିଙ୍ଗଡ଼ା ପ୍ରସ୍ତୁତ କରି ଅନ୍ୟ ଶାଖାକୁ ପଠାଇଥାନ୍ତି।

prayash

ସନ୍ଦିପଙ୍କ କହିବାନୁସାରେ, ଦିନରାତି ତାଙ୍କ କର୍ମଚାରୀ ଓ ସେ ମିଳିତ ଭାବେ ପରିଶ୍ରମ କରିଛନ୍ତି। ବଲିଉଡ ତାରକାଙ୍କ ମଧ୍ୟରେ ଶାହରୁଖ୍ ଖାନ୍ ଓ ସଲମାନ୍ ଖାନ୍ ତାଙ୍କ ସିଙ୍ଗଡ଼ାର ବଡ଼ ପ୍ରଶଂସକ। ସଲମାନ୍‌ଙ୍କ ଘରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପାର୍ଟିରେ ତାଙ୍କ ଦୋକାନର ପନିର୍ ଓ ପିଜ୍ଜା ସମୋସା ସ୍ଥାନ ପାଇବା ନିଶ୍ଚିତ ଅଟେ। ରାମଜୀଙ୍କ ଦୋକାନରେ ସିଙ୍ଗଡ଼ା ଗୋଟା ପିଛା ୧୧ଟଙ୍କାରୁ ଆରମ୍ଭ ହୋଇ ୭୫ ଟଙ୍କା ପର୍ୟ୍ୟନ୍ତ ରହିଛି। ବିଦେଶୀ ପର୍ୟ୍ୟଟକଙ୍କ ଭିଡ଼ ମଧ୍ୟ ଏଇ ଦୋକାନରେ ନିୟମିତ ଭାବେ ଦେଖିବାକୁ ମିଳେ। ଗ୍ରାହକଙ୍କୁ ସର୍ବୋତ୍କୃଷ୍ଟ ମାନର ସୁଆଦିଆ ସିଙ୍ଗଡ଼ା ପରଷିବା, ସେମାନଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ସନ୍ଦୀପ। ଆଜିର ଦିନରେ ସେ ଏଇ ସିଙ୍ଗଡ଼ା ବ୍ୟବସାୟରୁ ମାସିକ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଖୁବ୍ ଶୀଘ୍ର ସେ ଅନ୍-ଲାଇନ୍ ସିଙ୍ଗଡ଼ା ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି।

Leave A Reply