www.samajalive.in
Thursday, December 11, 2025
14.1 C
Bhubaneswar

ବିମୁଦ୍ରାୟନ ଯୋଗୁଁ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ଝଟକା ଲାଗିଛି: ରାଜନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସୋମବାର ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରାୟନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ହାରରେ ବୃଦ୍ଧି ପରିଲକ୍ଷିତ ହେଉଥିବା ବେଳେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ବିମୁଦ୍ରାୟନ ପାଇଁ ବହୁମାତ୍ରାରେ ପ୍ରଭାବିତ ହୋଇଛି। ୨୦୧୬ ନଭେମ୍ବରଠାରୁ ଉଚ୍ଚମୂଲ୍ୟ ନୋଟର ବିମୁଦ୍ରାୟନ ଯୋଗୁଁ ଭାରତର ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଭାବେ ପ୍ରଭାବିତ ହୋଇଛି ବୋଲି ଅନେକ ଅଧ୍ୟକ୍ଷନରୁ ଜଣାପଡିଛି।
୨୦୧୭ରେ ବିଶ୍ୱର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ତୁଳନାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପଛରେ ରହିଛି। ବିମୁଦ୍ରାୟନ ସହ ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି) ଲାଗୁ ଯୋଗୁଁ ମଧ୍ୟ ଭାରତୀୟ ଅର୍ଥବୈବସ୍ଥା ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦୀର୍ଘ ମିଆଦି ପାଇଁ ଜିଏସ୍‍ଟି ଏକ ଭଲ ବ୍ୟବସ୍ଥା ହେଲେ ସ୍ୱଳ୍ପକାଳ ପାଇଁ ଏହାର ନକରାତ୍ମକ ପ୍ରଭାବ ପରିଲକ୍ଷିତ ହେବ ବୋଲି ସେ କହିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବୈବସ୍ଥାର ଅଭିବୃଦ୍ଧି ହାର ୬.୭% ରହିଥିଲା।
ପ୍ରକାଶଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରାୟନ ଘୋଷଣା କରିଥିଲେ ଓ ୫୦୦, ୧୦୦୦ ଟଙ୍କିଆ ନୋଟ୍‍ ପ୍ରଚଳନ ବନ୍ଦ ଘୋଷଣା କରିଥିଲେ। ସେତେବେଳେ ସରକାର ଦାବି କରିଥିଲେ ଯେ ବିମୁଦ୍ରାୟନ ଯୋଗୁଁ କଳାଧନ, ଜାଲ ନୋଟ କାରବାର ଏବଂ ଆତଙ୍କବାଦୀ ଗତବିଧି ହ୍ରାସ ପାଇବ। ରଘୁରାମ ରାଜନ ୨୦୧୩ ସେପ୍ଟେମ୍ବରରୁ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଆରବିଆଇର ଗଭର୍ଣ୍ଣର ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories