ବର୍ଷାଦିନେ ଏହି ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ

0

ବର୍ଷାଦିନରେ ରୋଗ ହେବାର ଅନେକ କାରଣ ରହିଥାଏ। ବାରମ୍ବାର ଦେହ ଖରାପ ହେବା ଦ୍ୱାରା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କିଛି ଖାଦ୍ୟ ଖାଇବା ଉପକାରୀ ଅଟେ। ରୋଗ ପ୍ରତିରୋଧକ ଶକ୍ତି ବଢିବା ଦ୍ୱାରା ଋତୁ ବଦଳିଲେ ମଧ୍ୟ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା କମ୍‍ ରହିଥାଏ। ଆସନ୍ତୁ ଜାଣିବା ବର୍ଷା ଦିନେ କେଉଁ ଖାଦ୍ୟ ଖାଇବା ଶରୀର ପକ୍ଷେ ଉତ୍ତମ ହୋଇଥାଏ।


ଲେମ୍ବୁ: ଲେମ୍ବୁରେ ଭିଟାମିନ ସି ଅଧିକ ପରିମାଣରେ ରହିଥାଏ। ଏହା ଖାଇବା ଦ୍ୱାରା ଶରୀରରେ ଜୀବାଣୁ ଓ କୀଟାଣୁ ସହଜରେ ପ୍ରବେଶ କରି ପାରି ନଥାନ୍ତି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ।
ପନିପରିବା: ସତେଜ ପନିପରିବାରେ ଅନେକ ପ୍ରକାରର ଭିଟାମିନ ରହିଥାଏ। ଏଥିରେ ମଧ୍ୟ ଅନେକ ପ୍ରକାର ପୋଷକ ରହିଥାଏ ଯାହା ଆମ ଶରୀର ପାଇଁ ଲାଭ ହୋଇଥାଏ। ପ୍ରତିଦିନ ସତେଜ ପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ।

prayash


ଭିଟାମିନ ବି ୬ ଖାଦ୍ୟ: ଭିଟାମିନ ବି ୬ ଯୁକ୍ତ ଖାଦ୍ୟ ଶରୀରକୁୁ ରୋଗ ଦାଉରୁ ରକ୍ଷା କରିବା ସହ ହାଡକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହ ବ୍ୟବହାରରେ ଉନ୍ନତି ହୋଇଥାଏ।
କଦଳୀ: କଦଳୀରେ ପଟାସିୟମ,ମ୍ୟାଗ୍ନେସିୟମ,ମିନେରାଲ ଅଧିକ ପରିମାଣରେ ରହିଥାଏ। ଏହା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ କମାଇବାରେ ସାହାଯ୍ୟ କରିଥାଏ।


ନଡିଆ: ନଡିଆ ସ୍ୱାସ୍ଥ୍ୟ ପାଇଁ ବରଦାନ ଅଟେ। ଏହା ମୁହଁ ଓ ଚୁଟି ପାଇଁ ଲାଭଦାୟକ ହୋଇଥାଏ। ବର୍ଷାଦିନେ ନଡିଆ ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ କୁପ୍ରଭାବ ପଡି ନଥାଏ।

kalyan agarbati
Leave A Reply