ଦେଶରୁ ସବୁଦିନ ପାଇଁ ଦାରିଦ୍ର୍ୟ ହଟାଇବୁ: ରାହୁଲ

0

ବାଙ୍ଗାଲୋର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। କଂଗ୍ରେସ-ଜେଡିଏସ୍ ମେଣ୍ଟ ପକ୍ଷରୁ ଆୟୋଜିତ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ୫ବର୍ଷ ମଧ୍ୟରେ ଦେଶରୁ ଦାରିଦ୍ର୍ୟ ଦୂର କରାଯିବ। ନ୍ୟୂନତମ ଆୟ ଯୋଜନା (ନୟା) ଦ୍ବାରା ଦେଶରୁ ଦାରିଦ୍ର୍ୟ ଦୂର କରାଯିବ ଓ ୫ବର୍ଷ ପରେ ଦେଶର କୌଣସି ପରିବାରର ସର୍ବନିମ୍ନ ରୋଜଗାର ମାସିକ ୧୨ହଜାର ଟଙ୍କାରୁ କମ୍ ରହିବ ନାହିଁ ବୋଲି ସେ କହିଛନ୍ତି। ମାସିକ ୧୨ହଜାର ଟଙ୍କା ରୋଜଗାରକୁ ଦାରିଦ୍ର୍ୟ ସୀମାରେଖା ବୋଲି ବିବେଚନା କରାଯିବ। ଦେଶର ୫କୋଟି ଗରିବ ପରିବାରକୁ ମାସିକ ୬ହଜାର ଟଙ୍କାର ସର୍ବନିମ୍ନ ରୋଜଗାର ପ୍ରଦାନ ଲାଗି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ୨ଦିନ ମଧ୍ୟରେ କୃଷି ଋଣ ଛାଡ କରାଯିବ। ଏହା ସହିତ କେନ୍ଦ୍ର ଦଳ କ୍ଷମତାକୁ ଆସିଲେ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ।

Leave A Reply