www.samajalive.in
Tuesday, December 9, 2025
16.1 C
Bhubaneswar

ରବୀନ୍ଦ୍ର ଜେନାଙ୍କୁ ଶ୍ରେଷ୍ଠ ସାଂସଦ ସମ୍ମାନ

ନୂଆଦିଲ୍ଲୀ : ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ସାଂସଦ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଥାନୀୟ ବିଜ୍ଞାନ ଭବନରେ ଫେମ୍‌ ଇଣ୍ଡିଆ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ଷୁଦ୍ର ଲଘୁ ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ସାଂସଦ ଶ୍ରୀ ଜେନାଙ୍କୁ ସମ୍ମାନିତ କରିଛନ୍ତି।
୨୦୧୮ରେ ଲୋକସଭାରେ ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ଅଂଶଗ୍ରହଣକୁ ମନୋନୟନ ବେଳେ ବିଚାରକୁ ନିଆଯାଇଥିଲା। ଦେଶର ପ୍ରଥମ ଦଶ ସାଂସଦଙ୍କ ମଧ୍ୟରେ ଏକମାତ୍ର ଅଣ-ବିଜେପି ସାଂସଦ ଭାବେ ଶ୍ରୀ ଜେନା ସ୍ଥାନ ପାଇଛନ୍ତି। ଅନ୍ୟ ବିଜେଡି ସାଂସଦଙ୍କ ତୁଳନାରେ ଶ୍ରୀ ଜେନାଙ୍କ ପ୍ରଦର୍ଶନ ବହୁ ଆଗରେ ରହିଛି।
ଚଳିତ ଲୋକସଭାରେ ସାଂସଦ ଶ୍ରୀ ଜେନା ଅଦ୍ୟାବଧି ୩୩୭ଟି ପ୍ରସଙ୍ଗ ଆଲୋଚନାରେ ଭାଗ ନେଇଛନ୍ତି। ଜାତୀୟସ୍ତରରେ ଅନ୍ୟ ସାଂସଦଙ୍କ ଅଂଶ ଗ୍ରହଣ ହାର ହାରାହାରି ମାତ୍ର ୬୫.୩ ରହିଛି। ସେହିପରି ଉପସ୍ଥାନରେ ମଧ୍ୟ ଜାତୀୟସ୍ତରରେ ଅନ୍ୟ ସାଂସଦଙ୍କ ତୁଳନାରେ ୧୭ % ଅଧିକ ରହିଛି।
ତଥ୍ୟ ଅନୁଯାୟୀ ଚଳିତ ୧୬ତମ ଲୋକସଭା କାର୍ଯ୍ୟକାଳରେ ଏପର୍ଯ୍ୟନ୍ତ ତାଙ୍କ ଉପସ୍ଥିତି ୯୬% ରହିଛି।
ପ୍ରଶ୍ନ ପଚାରିବାରେ ମଧ୍ୟ ସାଂସଦ ଶ୍ରୀ ଜେନା ବହୁ ଆଗରେ ଅଛନ୍ତି। ଜାତୀୟସ୍ତରରେ ଲୋକସଭା ସାଂସଦଙ୍କ ହାରାହାରି ୨୮୫ଟି ପ୍ରଶ୍ନ ରହିଥିବା ବେଳେ ବାଲେଶ୍ୱର ସାଂସଦ ୪୯୯ଟି ପ୍ରଶ୍ନ ମାଧ୍ୟମରେ ସଂସଦରେ ବିଭିନ୍ନ ସମସ୍ୟା ଉଠାଇଛନ୍ତି। ଚଳିତ ଲୋକସଭାରେ ବାଲେଶ୍ୱର ସାଂସଦ ସମୁଦାୟ ୧୭ଟି ସରକାରୀ ବିଧେୟକ ଆଲୋଚନାରେ ମଧ୍ୟରୁ ମୁସଲିମ ମହିଳା ବିବାହ ସୁରକ୍ଷା ଓ ଅଧିକାର ବିଧେୟକ-୨୦୧୮, କେନ୍ଦ୍ର ସଡ଼କ ପାଣ୍ଠି ସଂଶୋଧନ ବିଧେୟକ-୨୦୧୭, ବ୍ୟାଙ୍କ ଆଇନ ସଂଶୋଧନ ବିଧେୟକ-୨୦୧୭, ଫ୍ର୍ୟାକଟ୍ରିଜ ସଂଶୋଧନ ବିଧେୟକ-୨୦୧୬, କର୍ମଚାରୀ ସଂଶୋଧନ ବିଧେୟକ-୨୦୧୬, ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ବିଧେୟକ, ସୁଗାର ସେସ ବିଧେୟକ, ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ବିଧେୟକ, ଲୋକପାଳ ଓ ଲୋକାୟୁକ୍ତ ବିଧେୟକ ଆଦି ଆଲୋଚନାରେ ଭାଗ ନେଇ ଜାତୀୟ ଗଣମାଧ୍ୟମରେ ସ୍ଥାନ ପାଇଥିଲେ।
ଗତ ଡିସେମ୍ବର ଶୀତକାଳୀନ ଅଧିବେଶନରେ ତିନି ତଲାକ ପ୍ରସଙ୍ଗରେ ସାଂସଦ ଶ୍ରୀ ଜେନାଙ୍କ ଉପସ୍ଥାପନା ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚା ବିଷୟ ପାଲିଟିଥିଲା। ଜାତୀୟ ଗଣମାଧ୍ୟମ ଗୁଡ଼ିକ ସାଂସଦ ଶ୍ରୀ ଜେନାଙ୍କ ବଳିଷ୍ଠ ଯୁକ୍ତିକୁ ବିଜେଡିର ରାଜନୈତିକ ଆଭିମୁଖ୍ୟ ଭାବେ ଗ୍ରହଣ କରିଥିଲା। ପ୍ରାଇଭେଟ ମେମ୍ବର ବିଲ ପ୍ରସଙ୍ଗରେ ଜାତୀୟସ୍ତର ଠାରୁ ବାଲେଶ୍ୱର ସାଂସଦ ଯଥେଷ୍ଟ ଆଗୁଆ ଅଛନ୍ତି। ଚଳିତ ଲୋକସଭାରେ ଏମ୍ପପ୍ଲୟମେଣ୍ଟ ଏଜେନ୍ସି ରେଗୁଲେସନ ବିଲ, ବାଲେଶ୍ୱରରେ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନା ବିଲ, ନିର୍ବାଚନରେ ଏକାଧିକ ଆସନରୁ ଲଢ଼ିବା ବାରଣ ପାଇଁ ଜନପ୍ରତିନିଧି ଆଇନ ସଂଶୋଧନ ବିଧେୟକ ସମେତ କୋର୍ଡ ଅଫ କ୍ରିମିନାଲ ପ୍ରୋସିଜିଓରରେ ସଂଶୋଧନ ଆଦି ସମୁଦାୟ ୨୦ ପ୍ରାଇଭେଟ ମେମ୍ବର ବିଲ ଲୋକସଭାରେ ଆଗତ କରିଥିଲେ। ପ୍ରାଇଭେଟ ମେମ୍ବର ବିଲ ଅଂଶ ଗ୍ରହଣ କ୍ଷେତ୍ରରେ ଜାତୀୟହାର ମାତ୍ର ୨.୨ ଏବଂ ଓଡିଶା ସାଂସଦଙ୍କ ମଧ୍ୟରେ ମାତ୍ର ୩.୬ ରହିଛି। ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ, ଶିଳ୍ପ ଓ ଭିତ୍ତିଭୂମି, ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ନିଯୁକ୍ତି, ଗ୍ରାମ୍ୟ ଉନ୍ନୟନ, ରେଳବାଇ, କୃଷି, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ସରକାରୀ ଯୋଜନା ଆଦି ପ୍ରତ୍ୟେକ ବିଷୟ ଆଲୋଚନାରେ ଅଂଶ ଗ୍ରହଣ କରି ବଳିଷ୍ଠ ଯୁକ୍ତି ଉପସ୍ଥାପନ ମାଧ୍ୟମରେ ବାଲେଶ୍ୱର ସାଂସଦ ଶ୍ରୀ ଜେନା ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି। ଡିସେମ୍ବର ୨୦୧୮ ସୁଦ୍ଧା ଏମପି ଲାଡ ବାବଦକୁ ବାଲେଶ୍ୱର ଲୋକସଭା କ୍ଷେତ୍ରର ବିକାଶ ପାଇଁ ସମୁଦାୟ ୨୧କୋଟି ୧୪ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ କରିଥିବାର ଜଣାପଡ଼ିଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories