www.samajalive.in
Monday, December 15, 2025
24.1 C
Bhubaneswar

ଭଙ୍ଗ ହେଉଛି ହଜାର ବର୍ଷର ପରମ୍ପରା: ଶ୍ରୀମନ୍ଦିରରେ ଭିଆଇପିଙ୍କ ଦର୍ଶନ ପାଇଁ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ହେଉଥିବା ବେଳେ ହଜାରେ ବର୍ଷର ପରମ୍ପରା ଭଙ୍ଗ ହେଉଛି। ରବିବାର ରାତିରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଯାହାକୁ ନେଇ ଶ୍ରୀକ୍ଷତ୍ରରେ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତ ୧୫ଜଣ ଭକ୍ତଙ୍କୁ ନେଇ ଶ୍ରୀମନ୍ଦିର ଭିତର କାଠ ନିକଟରେ ଦର୍ଶନ କରାଇଛନ୍ତି। ଦର୍ଶନ ବେଳେ ଗର୍ଭଗୃହରେ ଥିବା ସେବାୟତମାନେ ଏଭଳି ଦର୍ଶନକୁ ବାରଣ କରିଥିଲେ। ହେଲେ ନା ଭକ୍ତ ନା ସେବାୟତ କେହି ବାରଣକୁ ମାନି ନଥିଲେ। ଏଭଳି ନୀତିରେ ବ୍ୟାଘାତକୁ ନେଇ ଅନେକ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି। କୁହାଯାଉଛି ମହାପ୍ରଭୁଙ୍କ ପଲଙ୍କ ବିଜେ ନୀତିକୁ ଜାଣି ଶୁଣି ବିଳମ୍ବ କରାଯାଇଥିଲା। ଫଳରେ ପୁଷ୍ପାଳକ ସେବାୟତମାନେ ବିରକ୍ତ ହେବା ସହ ପଲଙ୍କ ବିଜେ ପୂର୍ବରୁ ଆଳତି କରି ଦେଇଥିଲେ।

- Advertisement -

ପ୍ରକାଶଥାଉକି, ୧୫ଜଣ ରାଜନୈତିକ ନେତାଙ୍କ ଦର୍ଶନ ପାଇଁ ଏଭଳି କରାଯାଇଥିଲା। ଚନ୍ଦନ ଲାଗି ପରେ କୌଣସି ଭକ୍ତ ଜୟ ବିଜୟ ଦ୍ୱାର ଦେଇ ଭିତର କାଠ ପର୍ଯ୍ୟନ୍ତ ଯିବା କଥା ନୁହେଁ । କିନ୍ତୁ ଆଳତି ବେଳେ ଏହି ଭକ୍ତମାନେ ଜଣେ ବରିଷ୍ଠ ସେବାୟତଙ୍କ ସହ ଭିତର କାଠ ନିକଟରେ ଦର୍ଶନ କରିଥିଲେ । ଯାହାକୁ ଗର୍ଭଗୃହରେ ଥିବା ସେବାୟତ ଘୋର ବିରୋଧ କରିଥିଲେ । ଏହା ପରେ ଶ୍ରୀମନ୍ଦିର ପୁଲିସ ସେମାନଙ୍କୁ ଫେରାଇ ଆଣିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଏଭଳି ନୀତି ବ୍ୟାଘାତ ଯୋଗୁ ହଜାରେ ବର୍ଷର ପରମ୍ପରା ଭଙ୍ଗ ହୋଇଛି । ଏପରିକି ଚନ୍ଦନ ଲାଗି ପରେ ସେବାୟତ କୁଳର କୌଣସି ସଦସ୍ୟ ଭିତର କାଠ ପର୍ଯ୍ୟନ୍ତ କେହି କେବେ ଯାଇନାହାନ୍ତି। ଏଭଳି ନୀତି ବିଭ୍ରାଟକୁ ନେଇ ଗଣନାକାରୀ ଦେଶ ପ୍ରତି ବିପଦ ମାଡ଼ି ଆସିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ପୁଷ୍ପାଳକ ନିଯୋଗ ସମ୍ପାଦକ ହରେକୃଷ୍ଣ ସିଂହାରୀଙ୍କ ମତ ନେବାରେ ସେ କହିଛନ୍ତି ଯେ ଏଠାରେ କୌଣସି ନୀତି ବିଭ୍ରାଟ ହୋଇନାହିଁ। ଠାକୁର ଶୟନ ପାଇଁ ଆସିବା ପୂର୍ବରୁ ଦର୍ଶନ ପାଇଁ ଯାଇଥିବା ଲୋକେ ବାହାରକୁ ଚାଲି ଆସିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories