www.samajalive.in
Friday, December 12, 2025
27.1 C
Bhubaneswar

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶାରଦୀୟ ଅଭିନନ୍ଦନ

ଭୁବନେଶ୍ବର: ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ। ମା’ ଦୁର୍ଗାଙ୍କ ୯ଟି ରୂପର ପୂଜା କେବଳ ଆଧ୍ୟାତ୍ମିକ ଶୁଦ୍ଧିର ମାର୍ଗ ନୁହେଁ; ବରଂ ଏହା ସତ୍ୟ, ନ୍ୟାୟ ଓ କରୁଣାର ସହ ଅଗ୍ରସର ହେବାର ପ୍ରେରଣା ବୋଲି ସେ କହିଛନ୍ତି। ଏହି ପର୍ବ ସମାନତା, ସହିଷ୍ଣୁତା ଓ ପ୍ରେମର ଭାବନାକୁ ପ୍ରୋତ୍ସାହିତ କରିଥାଏ। ମହିଳାଙ୍କୁ ସମ୍ମାନ ଓ ସମାଜରେ ଉଚିତ୍ ସ୍ଥାନ ପ୍ରଦାନ ପାଇଁ ଏହି ଅବସରରେ ସଙ୍କଳ୍ପ ନେବାପାଇଁ ସମସ୍ତଙ୍କୁ ଆହ୍ବାନ କରିବା ସହ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦିଅନ୍ତୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାମନା କରିଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories