www.samajalive.in
Friday, December 12, 2025
26.1 C
Bhubaneswar

ପୁଲିସ ଏତଲାରେ ନାହିଁ ବିଜୟଙ୍କ ନାମ

ଚେନ୍ନଇ: ତାମିଲ ସୁପରଷ୍ଟାର ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) ରାଲିରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ରାଜ୍ୟ ପୁଲିସ ଏତଲା ଦାୟର କରିଛି। ତେବେ ଏହି ଏତଲାରେ ବିଜୟଙ୍କ ନାମ ନାହିଁ। ଏତଲାରେ ଟିଭିକେର କର୍ମକର୍ତ୍ତାଙ୍କ ନାମ ରହିଛି। ଏତଲାରେ ବିଜୟଙ୍କ ନାମ ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ପୁଲିସ ଆଶଙ୍କା କରି ଏପରି ପଦକ୍ଷେପ ନେଇଛି। ରାଜ୍ୟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାମଲାରେ ବିଜୟଙ୍କୁ ପ୍ରତ୍ୟକ୍ଷ ଭାବେ ଯୋଡା ଗଲେ ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି। ତେଣୁ ଏହି ମାମଲାରେ ବିଜୟଙ୍କୁ କୌଣସି ପ୍ରକାର ଜେରା କିମ୍ବା ଗିରଫ କରାଯିବ ନାହିଁ। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କୁ ନେଇ ଜଣିକିଆ କମିସନ ଗଠନ କରିଛନ୍ତି। କମିସନ ତଦନ୍ତ ରିପୋର୍ଟ ଦେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଏହାର ଏତଲାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ ଆରୋପ କରାଯାଇଛି। ଏହା ମଧ୍ୟରେ ରହିଛି ଧାରା ୧୦୯ (ଉଦ୍ଦେଶ୍ୟ ରହିତ ହତ୍ୟା), ଧାରା ୧୨୫ବି (ଅନ୍ୟର ଜୀବନକୁ ବିପଦରେ ପକାଇବା), ଧାରା ୨୨୩ (ସରକାର ନିର୍ଦେଶର ଅବମାନନା କରିବା)। ବିଏନଏସ୍‌ର ଏହି ଧାରା ବ୍ୟତୀତ ତାମିଲନାଡୁ ସମ୍ପତ୍ତି ଆଇନ ଅନୁଯାୟୀ ମଧ୍ୟ ମାମଲା ରୁଜୁ ହୋଇଛି। ଏତଲାରେ ବିଜୟଙ୍କ ନାମ ନଥିବାବେଳେ ଦଳଚକଟା ଘଟଣା ପାଇଁ ତାଙ୍କୁ ଦାୟୀ କରାଯାଇଛି।

କାର୍ଯ୍ୟକ୍ରମକୁ ଠିକ ସମୟରେ କରିବା ପରିବର୍ତ୍ତେ ବିଜୟ ବିଳମ୍ବରେ ଆସିବା କାରଣରୁ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିବା କୁହାଯାଇଛି। କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ ସମୟର ୪ଘଣ୍ଟା ବିଳମ୍ବରେ ସେ ଆସିଥିଲେ। ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ଲାଗି ବିଜୟ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନଥିଲା।

- Advertisement -

ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ତାମିଲନାଡୁ ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ ଡିଏମ୍‌କେ ସରକାର ବିଜୟଙ୍କୁ ନିଜ ପକ୍ଷକୁ ନେବା ଲାଗି ଯୋଗାଯୋଗ ଚଳାଇଛି। ଏଥିପାଇଁ ସରକାର ଘଟଣାକୁ ହାଲ୍‌କା ଭାବେ ନେଉଛନ୍ତି। ଘଟଣାର ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ବିଜେପି ମୁଖପାତ୍ର ଏଏନ୍‌ଏସ୍‌ ପ୍ରସାଦ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୁର୍‌ ଦଳାଚକଟା ଘଟଣାକୁ ନେଇ କୌଣସି ପ୍ରକାର ମିଥ୍ୟା ତଥ୍ୟ ଓ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରଚାର ନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଦଳାଚକଟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରଶାସନ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି। ଦଳଚକଟାରେ ୪୧ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories