ଶ୍ରୀଜୀଉଙ୍କ ବନକଲାଗି : ୪ ଘଣ୍ଟା ଦର୍ଶନ ବନ୍ଦ

0

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଗୁରୁବାର ଶ୍ରୀଜୀଉଙ୍କର ବନକଲାଗି ନୀତି ବା ‘ଶ୍ରୀମୁଖ ସିଂହାର’ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ  ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

ପ୍ରତି ପନ୍ଦର ଦିନରେ ଥରେ ବୁଧବାର କିମ୍ବା ଗୁରୁବାରରେ ବନକଲାଗି ନୀତି ହେବାର ପରମ୍ପରା ରହିଛି । ଆଜି ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହୋଇଛି । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରୁଛନ୍ତି। ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରଖାଯାଇଛି ।

Leave A Reply