www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷିତ, ଡ.ରମାକାନ୍ତ ରଥଙ୍କୁ ଆମ ଗୌରବ ସମ୍ମାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୨ ମସିହା ପାଇଁ ଘୋଷଣା କରାଯାଇଛି। ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ବରେ ଡ. ଭଗବାନ ପ୍ରକାଶ, ବିଶିଷ୍ଟ ସାହିତ୍ୟିକା ପଦ୍ମବିଭୂଷଣ ଡ. ପ୍ରତିଭା ରାୟ, ସୁନାମଧନ୍ୟ ଲେଖକ ଓ ପ୍ରଶାସକ ଦେବଦାସ ଛୋଟରାୟ, ଆଦିକବି ଶାରଳା ଦାସ ଚେୟାରର ମୁଖ୍ୟ ପ୍ରଫେସର ଉଦୟ ନାଥ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏବଂ ବିଶିଷ୍ଟ କବି ତଥା ପୂର୍ବତ୍ତନ ବୈଦେଶିକ ସଚିବ ଅମେରେନ୍ଦ୍ର ଖଟୁଆଙ୍କ ମାର୍ଗଦର୍ଶନରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଅନୁଷ୍ଠାନର ସର୍ବୋଚ୍ଚ ପୁରସ୍କାର ଆମ ଗୌରବ ସମ୍ମାନ ପ୍ରଥିତଯଶା କବି ଡ. ରମାକାନ୍ତ ରଥଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟରେ ଜୀବନବ୍ୟାପି ଅବଦାନ ପାଇଁ ପ୍ରଦାନ କରାଯିବାକୁ ସ୍ଥିର କରା ଯାଇଛି। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ସ୍ତମ୍ଭ ସାହିତ୍ୟ ସମ୍ମାନ ଚଳିତ ବର୍ଷ ପାଇଁ କଥାକାର ତଥା ବିଶିଷ୍ଟ ସ୍ତମ୍ଭକାର ଡଃ ଗୌରହରି ଦାସଙ୍କୁ ପ୍ରଦାନ କରାଯିବ। ବିଦେଶରେ ଓଡିଆ ଭାଷା, ସାହିତ୍ୟ ତଥା ସ୍ବାଭିମାନ ରକ୍ଷା ପାଇଁ କାର୍ୟ୍ୟରତ ଜର୍ମାନର ଡଃ ରାଜେନ୍ଦ୍ର ନାରାୟଣ ଦାସ, ବୈଦିକ ଭାବଧାରାକୁ ନିଜ ମାତୃଭାଷାରେ ସାଧାରଣ ଜୀବନରେ ପହଞ୍ଚାଇବାର ବିରଳ ପ୍ରାୟସରେ ବ୍ରତୀ ଇଂ. ପ୍ରିୟବ୍ରତ ଦାସ, ସାରସ୍ବତ ସାଧନା ଓ ସାରସ୍ବତ ସଂଗଠନ ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ବ ଡ. ବିଜଯାନନ୍ଦ ସିଂଙ୍କୁ ଚଳିତ ବର୍ଷ ସମ୍ମାନିତ କରାଯିବ।

 

- Advertisement -

ଓଡ଼ିଶା ଭାଷାକୁ ହିନ୍ଦୀ ଭାଷାରେ ଅନୁବାଦ କରିବାରେ ବିଶେଷ ଅବଦାନ ପାଇଁ ପ୍ରଫେସର ହରିଶ ଚନ୍ଦ୍ର ମିଶ୍ର, ଓଡିଆ ଭାଷା ବିଶେଷଜ୍ଞ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ଓଡିଆ ଭାଷାକୁ ପାଲା ସଂସ୍କୃତି ମାଧ୍ୟମରେ ଲୋକପ୍ରିୟ କରିଥିବା ଗାୟକ ଶେଖର ଜଗନ୍ନାଥ ବେହେରା, ଓଡିଆ ଭାଷାର ପୁରାତନ ସଙ୍ଗୀତ, ଚଳଚିତ୍ର ତଥା ବିରଳ କୃତିକୁ ସରଂକ୍ଷଣ ପାଇଁ ସୂର୍ୟ୍ୟ ଦେଓ, ଓଡିଆ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଓମପ୍ରକାଶ ମହାନ୍ତି ଓ ଶିକ୍ଷା କ୍ଷେତ୍ରରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ମଧ୍ୟ ସମ୍ମାନୀତ କରାଯିବ। ଓଡିଆ ଭାଷାର ଉନ୍ନତି ପାଇଁ ଯୁବପିଢୀଙ୍କ ମଧ୍ୟରୁ ସୂର୍ଯ୍ୟସ୍ନାତ ତ୍ରିପାଠୀ ସାହିତ୍ୟ ପାଇଁ, ବଳଭଦ୍ର ରଥଙ୍କୁ ଓଡିଆ ସଂସ୍କୃତିର ପ୍ରସାର ପାଇଁ ଓ ଅନୁରାଧା ମହାରଣାଙ୍କୁ ସାମ୍ବାଦିକତା ପାଇଁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯିବ। ଷ୍ଟୋରୀ ମିରର ଦ୍ବାରା ପ୍ରାୟୋଜିତ କାର୍ୟ୍ୟକ୍ରମ ସର୍ଜନ ଯାତ୍ରାକୁ ମାତୃଭାଷାକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଓ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଅନୁଷ୍ଠାନ ତରଫରୁ ଫେବୃଆରୀ ୨୦ ଓ ୨୧ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ମାତୃଭାଷା ମହାକୁମ୍ଭ ‘ଲାଙ୍ଗଫେଷ୍ଟ’ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ଉତ୍ସବରେ ପୃଥିବୀର ବିଭିନ୍ନ ଦେଶରୁ ଭାଷାବିତ, ସାହିତ୍ୟିକ, ବୁଦ୍ଧିଜୀବୀମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories