ପ୍ରଦୂଷଣରେ ଶକ୍ତି ଯୋଗାଇବ ଏସବୁ ପରିବା ଓ ଫଳ

0

କେବଳ ଯେ ଚୀନ୍‌‌ରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ, ତା’ ନୁହେଁ। ଆମ ରାଜଧାନୀ ଦିଲ୍ଲୀ ମଧ୍ୟ ସେ ତାଲିକାରେ ସାମିଲ ହୋଇଛି। ଭାରତର ପ୍ରତ୍ୟେକ ପ୍ରାନ୍ତରେ ଲୋକେ ବେଳହୁଁ ସଚେତନ ହୋଇଯିବା ଦରକାର। ବିଶେଷଜ୍ଞଙ୍କ ମତରେ, ଏକମାତ୍ର ମାଧ୍ୟମ ହେଲା ଖାଦ୍ୟ ଓ ପାନୀୟ। ଉତ୍ତମ ଖାଦ୍ୟ ଖାଇଲେ ହିଁ ପ୍ରଦୂଷଣ ସହ ଲଢ଼ିବା ନିମନ୍ତେ ଶରୀରକୁ ଶକ୍ତି ମିଳିବ।
ବ୍ରୋକୋଲି: ଆଣ୍ଟିଅକ୍ସିଡାଣ୍ଟ ଓ ପୋଷକତତ୍ତ୍ବ ଭରପୂର ବ୍ରୋକୋଲି ପ୍ରତ୍ୟହ ଖାଇବା ଉଚିତ। ସାଲାଡ୍ ଭାବେ ନଚେତ୍ ହାଲକା ସିଝାଇ ବ୍ରୋକୋଲି ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଏଇ ପରିବାରେ ଭିଟାମିନ୍ ଏ, ବି-୬, ସି, ମ୍ୟ୍ୟାଗ୍ନେସିୟମ୍, ସୋଡିୟମ୍, ଲୌହ ଥିବାରୁ ତାହା ବିଭିନ୍ନ ରୋଗ ପ୍ରତିରୋଧକ ଭାବେ ଶରୀରକୁ ଶକ୍ତି ଯୋଗାଇଥାଏ।
ଭିଟାମିନ୍ ସି’ଯୁକ୍ତ ଫଳ ଓ ପରିବା ଖାଇବା ମଧ୍ୟ ପ୍ରଦୂଷଣ ସହ ଲଢ଼ିବା ନିମନ୍ତେ ଶକ୍ତି ଯୋଗାଇଥାଏ। କମଳା, ଷ୍ଟ୍ରବେରୀ, ତରଭୁଜ ଇତ୍ୟାଦି ଫଳ ନିୟମିତ ଖାଇଲେ କିମ୍ବା ସେମାନଙ୍କ ରସ ପିଇବା ଉଚିତ। ବାୟୁ ପ୍ରଦୂଷଣର ହାନିକାରକ ପ୍ରଭାବରୁ ହିଁ ଏହି ଭିଟାମିନ୍ ସି’ ଶରୀରକୁ ରକ୍ଷା କରେ। ଏଣୁ ଦୈନିକ ଟମାଟୋ ସାଲାଡ୍ ଖାଇବା ମଧ୍ୟ ଭଲ।

prayash

ପ୍ରାଚୀନ କାଳରେ ଆମ ଭାରତୀୟମାନେ ଦୀର୍ଘାୟୁ ହେବାର ମୁଖ୍ୟ କାରଣ ଥିଲା ସେମାନେ କଞ୍ଚା ହଳଦୀ ଖାଦ୍ୟରେ ବ୍ୟବହାର କରିବା ସହ ଏହାକୁ ତ୍ବଚାରେ ମଧ୍ୟ ପ୍ର​‌େ​‌ୟାଗ କରୁଥିଲେ। ଏବେ କିନ୍ତୁ ବଜାରରେ ଅପମିଶ୍ରିତ ହଳଦୀ ବିଭିନ୍ନ କମ୍ପାନୀ ବିକ୍ରି କରୁଛନ୍ତି। ଶୁଦ୍ଧ ହଳଦୀ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କଲେ ତାହା ମଧ୍ୟ ଶରୀରର ଶକ୍ତି ବୃଦ୍ଧି କରୁଥିବାର ବିଶେଷଜ୍ଞଙ୍କ ମତ।

ଡ୍ରାଏଫ୍ରୁଟସ୍, ଏଗୁଡ଼ି ସାମାନ୍ୟ ମହଙ୍ଗା, କିନ୍ତୁ ଶରୀର ପାଇଁ ଖୁବ୍ ହିତକର। ସକାଳବେଳା ଅଳ୍ପଅଳ୍ପ ଡ୍ରାଏଫ୍ରୁଟସ୍ ସପରିବାର ଖାଇବା ଉଚିତ।

kalyan agarbati
Leave A Reply