www.samajalive.in
Sunday, December 7, 2025
14.1 C
Bhubaneswar

ପୁଲିସ୍ ସହିଦ ଦିବସ ପାଳିତ: ଦେଶ ସୁରକ୍ଷାରେ ବୀର ପୁତ୍ରଙ୍କ ବଳୀଦାନର ସ୍ମୃତି ଚାରଣ

କଟକ :  ଆଜି କଟକ ପୁଲିସ୍ ମୁଖ୍ୟାଳୟରେ ମଧ୍ୟ ୬୫ତମ ପୁଲିସ୍ ସହିଦ ଦିବସ ପାଳନ କରାଯାଇଛି। ଦେଶ ସୁରକ୍ଷାରେ ବୀର ପୁତ୍ରଙ୍କ ବଳୀଦାନର ସ୍ମୃତି ଚାରଣ କରାଯାଇଛି। ସେପଟେ ଦୀର୍ଘ ୧୦ ବର୍ଷ ଧରି ଯବାନଙ୍କ ବୀରତ୍ଵ ପାଇଁ କାଶ୍ମୀର ରୁ ମୂଳପୋଛ ହୋଇପାରିଛନ୍ତି ଆତଙ୍କବାଦୀ। ତାସହ ଉତ୍ତରପୂର୍ବ ରାଜ୍ୟରୁ ହିଂସା କମିଛି। ଆଜି ପୁଲିସ୍ ସହିଦ ଦିବସ ଅବସରରେ ବୀର ପୁଲିସ୍ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ଦେଶରେ ୩ ନୂଆ ଆଇନ୍ ପ୍ରଣୟନ ହେବା ଦ୍ଵାରା ନାଗରିକଙ୍କ ଅଧିକାର ସୁରକ୍ଷିତ ହୋଇଛି। ୨୦୪୭ ମସିହା ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିକଶିତ ଭାରତ ପଥରେ ଆଗଉଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା। ଏବେ ଅପରାଧର ଦିଗ ବଦଳିବା ସହ ସୋସିଆଲ ମିଡିଆ ଓ ଏଆଇ ଜରିଆରେ ନୂଆ ନୂଆ ଅପରାଧ ହେଉଛି । ତେଣୁ ସେସବୁକୁ ପ୍ରତିହତ କରିବାରେ ଯବାନମାନେ ସକ୍ଷମ ବୋଲି ଦୋହରାଇଛନ୍ତି। ପୁଲିସ୍ ଦିବସ ଅବସରରେ ଜାତୀୟ ପୁଲିସ୍ ସ୍ମାରକୀରେ ଆଜି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories