ଅନାଦେୟ ଋଣ ସମସ୍ୟାର ସମାଧାନ ପାଇଁ ବିକଳ୍ପ ପୁଞ୍ଜିନିବେଶ ପାଣ୍ଠି
ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ସ୍ୱାଧୀନ ସମ୍ପତ୍ତି ପରିଚାଳନା କମ୍ପାନୀ ଓ ଷ୍ଟିୟରିଂ କମିଟିମାନ ଗଠନ କରିବେ। ପ୍ରାୟ ୫୦୦ କୋଟି ଟଙ୍କା ସମ୍ବଳିତ ଅନାଦେୟ ଋଣ ସମସ୍ୟାର ସମାଧାନପାଇଁ ଏକ ବିକଳ୍ପ ପୁଞ୍ଜିନିବେଶ ପାଣ୍ଠି ଅଧୀନରେ ଏହି ଏଏମ୍ସି ଗଠନପାଇଁ ପ୍ୟାନେଲ୍ ସୁପାରିସ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଅଧ୍ୟକ୍ଷ ସୁନୀଲ୍ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ସମାଧାନ ଯୋଜନାକୁ ସରକାର ଗ୍ରହଣ କରିବା ଅବସରରେ ସେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଶ୍ରୀ ଗୋଏଲ୍ ଏହା କହିଛନ୍ତି। ତେଣୁ ଅନାଦେୟ ଋଣ ସମସ୍ୟାର ଦ୍ରୁତ ସମାଧାନ ପାଇଁ ସ୍ୱାଧୀନ ସମ୍ପତ୍ତି ପରିଚାଳନା କମ୍ପାନୀ -ଏଏମ୍ସି ଓ ଷ୍ଟିଅରିଂ କମିଟିମାନ ଗଠନ କରାଯିବ।
ସରକାର ଏହି ସମାଧାନ ପ୍ରକ୍ରିୟାରେ ଆଦୌ ହସ୍ତକ୍ଷେପ କରିବେ ନାହିଁ ଓ ବ୍ୟାଙ୍କମାନେ ଏହାର ପରିଚାଳନା ଦାୟିତ୍ୱ ନେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।