www.samajalive.in
Sunday, December 7, 2025
26.1 C
Bhubaneswar

ମାଳଦ୍ୱୀପକୁ ୧.୪ ଶହ କୋଟି ଡଲାର ସହାୟତା ଦେବ ଭାରତ, ୪ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ମାଳଦ୍ୱୀପ ପାଇଁ ଭାରତ ସରକାର ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମାଳଦ୍ୱୀପ ପାଇଁ ୧.୪ ଶହ କୋଟି ଡଲାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ୩ ଦିନିଆ ଭାରତ ଗସ୍ତରେ ଆସିଥିବା ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ଦୁଇ ଦେଶ ୪ଟି ରାଜିନାମା ସ୍ୱାକ୍ଷର କରିଛନ୍ତି। ରାଜିନାମା ମଧ୍ୟରେ ଭିସା, ଭାରତୀୟ ମାହାସାଗରରେ ନୌବାଣିଜ୍ୟର ସୁରକ୍ଷା ଓ ଦ୍ୱିପାକ୍ଷିକ ସହାୟତା ବୃଦ୍ଧି ଅନ୍ତର୍ଭୁକ୍ତ ରହିଛି।
ଆଲୋଚନା ପରେ ମୋଦୀ କହିଥିଲେ ଯେ ମାଳଦ୍ୱୀପରେ ବେପାର ବୃଦ୍ଧି ପାଇଁ ସୁଯୋଗ ବୃଦ୍ଧି ପାଇଛି। ମାଳଦ୍ୱୀପ ସହ ଆମେ ସୁଦୃଢ ବାଣିଜ୍ୟିକ ସମ୍ପର୍କ ଚାହୁଁଛୁ। ମିଳିତ ନୌବାଣିଜ୍ୟ ସୁରକ୍ଷା ସହାୟତା ବୃଦ୍ଧି ପାଇଁ ଭାରତ ମହାସାଗରରେ ମିଳିତ ପାଟ୍ରୋଲିଂ ଏବଂ ଆକାଶମାର୍ଗ ପର୍ଯ୍ୟବେକ୍ଷଣ ନିମନ୍ତେ ଉଭୟ ଦେଶ ରାଜି ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସୋଲି ଗତ ମାସରେ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି ଚୀନ ସହ ସମ୍ପର୍କ କାଟି ଭାରତ ସହ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ବ ଦେଉଛନ୍ତି । ସେ ଚୀନ ସହ ରହିଥିବା ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)ରୁ ଓହରିଯାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଅବଦୁଲା ୟାମିନଙ୍କ ନେତୃତ୍ୱ ସରକାର ଚୀନ ସହିତ ଏହି ବୁଝାମଣା ସ୍ୱାକ୍ଷର କରିଥିଲା ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories