www.samajalive.in
Tuesday, December 9, 2025
15.1 C
Bhubaneswar

ସଫେଇନାଳକୁ ଖସିଲା ବାଇକ୍‍ – ଜଣେ ମୃତ, ଜଣେ ଗୁରୁତର

ପିପିଲି :ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ଖଣ୍ଡିଆଗିରି ଗ୍ରାମ ନିକଟରେ ଥିବା ସଫେଇନାଳ ପୋଲ ତଳକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍‍ ଖସି ପଡିବା କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାଇ, ୯ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁରୀ ଦିଗରୁ ପିପିଲି ଅଭିମୁଖେ ଯାଉଥିବା ଏକ ବାଇକ୍‍ କୌଣସି କାରଣରୁ ଭାରସାମ୍ୟ ହରାଇ ଖଣ୍ଡିଆଗିରି ନିକଟରେ ଥିବା ସଫେଇନାଲ ପୋଲ ତଳକୁ ଖସି ପଡିଥିଲା। ବାଇକ୍‍ଟି ପୋଲର କଂକ୍ରିଟ୍‍ ବାଡରେ ଘସି ହୋଇ ପ୍ରାୟ ଶହେ ଫୁଟ୍‍ ଦୂରକୁ ଛିଟିକି ଯାଇ ତଳେ ପଡିଥିଲା। ଖବର ପାଇ ପିପିଲି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲ ତଳୁ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

- Advertisement -

ଅବସ୍ଥା ଅଧିକ ଗୁରୁତର ହେବାରୁ ସେହି ରାତିରେ ଉକ୍ତ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ସେଠାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅଗ୍ନିଶମବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ଅନ୍ଧାର ରାତିରେ ଉକ୍ତ ସଫେଇନାଳରେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଅନ୍ୟ କାହାରିକୁ ପାଇନଥିଲେ।

ବୁଧବାର ସକାଳେ ଉକ୍ତ ସଫେଇନାଳ ପୋଲ ତଳେ ଦଳଭର୍ତ୍ତି ଜଳ ମଧ୍ୟରେ ଅନ୍ୟ ଜଣେ ଯୁବକ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମବାହିନୀ ଓ ପିପିଲି ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଦଳଭର୍ତ୍ତି ଜଳ ମଧ୍ୟରୁ ଉକ୍ତ ଯୁବକକୁ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ବାଇକ୍‍ରେ ଥିବା ଦୁଇ ଯୁବକ ସଂପର୍କରେ ମାମୁଁ ଓ ଭଣଜା ହେବେ ବୋଲି ପୁଲିସକୁ ସୂଚନା ମିଳିଛି।

ମାମୁଁଙ୍କ ଘର ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ପତଣ୍ଡା (ପୁମାଚନ୍ଦ୍ରପୁର) ଗ୍ରାମରେ ହୋଇଥିବା ବେଳେ ଭଣଜାର ଘର ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି। ତେବେ କିଏ ମୃତ ଓ କିଏ ଜୀବିତ ଅଦ୍ୟାବଧି ତାହା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କୁ ପୁଲିସ ଅପେକ୍ଷା କରିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories