ପିପିଲି:ପିପିଲି ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ସ୍ଥାନୀୟ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ବରିଷ୍ଠ ସଭ୍ୟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ଜେନା ପରିଚୟ ପ୍ରଦାନ କରିଥିବା ବେଳେ ସୁଧାକର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏଥିରେ ପୂର୍ବ ବୈଠକର ବିବରଣୀ ପଠନ କରାଯିବା ପରେ ତାହା ସର୍ବସମ୍ମିତି କ୍ରମେ ଗୃହିତ ହୋଇଥିଲା। ଆଗାମୀ ଦିନରେ ମଞ୍ଚର ଏକ ମୁଖପତ୍ର ପ୍ରକାଶନ ନିମନ୍ତେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜ୍ଜୁନ ଘୋଡେଇ ସବିଶେଷ ବିବରଣୀ ରଖିଥିଲେ। ପିପିଲି ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ଉପସ୍ଥାପନ ସହ ସାମାଜିକ କାର୍ଯ୍ୟକ୍ରମମାନ ହାତକୁ ନେବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ବରିଷ୍ଠ ନାଗରିକ ଅଜୟ ରାୟ, ଜୟକୃଷ୍ଣ ପ୍ରଧାନ, ଭଗବାନ ବରାଳ, ଲକ୍ଷ୍ମୀଧର ପ୍ରଧାନ, ମନୋଜ ମହାନ୍ତି, ଶତୃଘ୍ନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବମାନ ରଖିଥିଲେ।



