www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ, ପିମ୍ପୁଡିକୁ ଖାଦ୍ୟ ପ୍ରଦାନ କରିବାର ମହତ୍ତ୍ବ

ସନାତନ ଧର୍ମରେ ପଶୁପକ୍ଷୀଙ୍କର ଅନେକ ମହତ୍ତ୍ବ ରହିଛି। ଏହି ଧର୍ମରେ ପଶୁପକ୍ଷୀଙ୍କୁ ମୁଖ୍ୟ ବୋଲି କୁହାଯାଇଛି। ସମସ୍ତ ପଶୁପକ୍ଷୀଙ୍କୁ ଯେକୌଣସି ଦେବାଦେବୀଙ୍କ ରୂପ ବୋଲି କୁହାଯାଇଥାଏ।
ଆମେ ମୁଖ୍ୟତଃ ପିମ୍ପୁଡିକୁ ଅଣଦେଖା କରି ଦେଇଥାଉ। ଯେକୌଣସି ଦ୍ରବ୍ୟରେ ପିମ୍ପୁଡି ଲାଗିଲେ ଆମେ ତାକୁ ମାରି ଦେଇଥାଉ। ମାତ୍ର ପିମ୍ପୁଡି ଏକ ପରିଶ୍ରମୀ ଜୀବ ଅଟେ। ପିମ୍ପୁଡି ଯେଉଁ ସ୍ଥାନରେ ରହିଲେ ମଧ୍ୟ ଏକତ୍ରିତ ହୋଇ ରହିଥାନ୍ତି। ପିମ୍ପୁଡି ସାମୂହିକ ଜୀବ ହୋଇଥିବାରୁ ସମସ୍ତ କାର୍ୟ୍ୟ ବାଣ୍ଟି କରି କରିଥାନ୍ତି।
ପିମ୍ପୁଡିକୁ ଖାଦ୍ୟ ପ୍ରଦାନ କରିବାର ମହତ୍ତ୍ବ:
ପିମ୍ପୁଡି ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାନ୍ତି। ଯଥା ଲାଲ ଓ କଳା ପିମ୍ପୁଡି। ଏଥିମଧ୍ୟରୁ ଲାଲ ପିମ୍ପୁଡିକୁ ଅଶୁଭ ଓ କଳା ପିମ୍ପୁଡିକୁ ଶୁଭ ବୋଲି କୁହାଯାଇଥାଏ।
ପିମ୍ପୁଡିକୁ ଚିନି ମିଶ୍ରିତ ଅଟା ଦେବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତି ଜୀବନରୁ ସମସ୍ତ ପ୍ରକାରର କ‌ଷ୍ଟ ଦୂର ହୋଇଥାଏ।
ପିମ୍ପୁଡିକୁ ପ୍ରତିଦିନ ଖାଦ୍ୟ ଦେବା ଦ୍ବାରା ସେ ଆପଣଙ୍କୁ ଚିହ୍ନି ଆପଣଙ୍କ ପ୍ରତି ଭଲ ଭାବ ପ୍ରଦର୍ଶନ ରଖିଥାଏ।
ପିମ୍ପୁଡି ଦେଇଥିବା ଆଶୀର୍ବାଦ ଆପଣଙ୍କୁ ସମସ୍ତ ପ୍ରକାର ସଙ୍କଟରୁ ରକ୍ଷା କରିଥାଏ।
ଲାଲ ରଙ୍ଗର ପିମ୍ପୁଡି ମୁହଁରେ ଅଣ୍ଡା ଧରି ଯାଉଥିବାର ଦେଖିବା ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ବାରା ଆପଣଙ୍କର ଦିନଟି ଶୁଭ ଓ ସୁଖରେ ବିତିଥାଏ।
ଋଣଭାରରୁ ମୁକ୍ତ ହେବା ପାଇଁ ପିମ୍ପୁଡିକୁ ଚିନି ଓ ଅଟା ଦିଅନ୍ତୁ।
କେଉଁ ପଶୁକୁ କ’ଣ ଖାଇବାକୁ ଦେବା ଉଚିତ:
ଗାଈକୁ ରୁଟି କିମ୍ବା ଚାରା ଖାଇବାକୁ ଦେବା ଦ୍ବାରା ଘରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
କୁକୁରକୁ ରୁଟି ଖାଇବାକୁ ଦେବା ଦ୍ବାରା ଶତ୍ରୁଙ୍କ ଠାରୁ ଦୂରରେ ରହି ପାରିବେ।
କାଉକୁ ରୁଟି ଦେବା ଦ୍ବାରା ପିତୃପୁରୁଷ ଶାନ୍ତି ହୋଇଥାନ୍ତି।
ପକ୍ଷୀଙ୍କୁ ଦାନା ଓ ରୁଟି ଖାଇବାକୁ ଦେବା ଦ୍ବାରା ବ୍ୟବସାୟ, ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ମାଛକୁ ଅଟାରେ ପ୍ରସ୍ତୁତ ଗୋଲି ଓ ଦାନା ଦେବା ଦ୍ବାରା ଘରେ ସମୃଦ୍ଧି ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories