www.samajalive.in
Monday, December 15, 2025
24.1 C
Bhubaneswar

ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର କରୁଛନ୍ତି କି? କେବେ ବଦଳାଇବେ, ନଚେତ୍ ହେବ ଏସବୁ ସମସ୍ୟା..

ତକିଆକୁ ନେଇ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ତକିଆ କାରଣରୁ ଅନେକ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇ ଥାଆନ୍ତି। ଏହି କାରଣରୁ ତକିଆକୁ ସଠିକ୍ ସମୟରେ ବଦଳାଇବା ନିତାନ୍ତ ଆବଶ୍ୟକ।

ସୁସ୍ଥ ରହିବା ପାଇଁ ବିଛଣା ସହ ତକିଆ ସଫା ହେବା ଉଚିତ୍। ବିଛଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ତକିଆ। ତକିଆ ପାଇଁ ଅନେକ ଲୋକଙ୍କୁ ନିଦ ମଧ୍ୟ ଭଲରେ ହୋଇନଥାଏ। ଲଗାତାର ତକିଆ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱଚ୍ଛତା ନଷ୍ଟ ହୋଇଯାଏ। ଏହାଦ୍ୱାରା ରୋଗ ସୃଷ୍ଟି ହୋଇଥାଏ। ଅନେକ ଲୋକେ କେବଳ ତକିଆର ଖୋଳ ସଫା କରନ୍ତି। କିମ୍ବା ବଦଳାଇ ଥାଆନ୍ତି। ମାତ୍ର ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହୋଇଥାଏ। ତେବେ ମନରେ ପ୍ରଶ୍ନ ଆସିଥାଏ, କେତେ ଦିନରେ ତକିଆ ବଦଳାଇବେ..

୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

- Advertisement -

ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ଏଥିରେ ବିଭିନ୍ନ ଜୀବାଣୁ ରହିଥାଆନ୍ତି। ଯାହା ନାକ ବାଟେ ଶରୀର ଭିତରକୁ ପ୍ରବେଶ କରିଥାଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇଥାଆନ୍ତି।
ତ୍ୱଚାରେ ବାରମ୍ବାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ବୋଲି କୁହାଯାଏ। ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ତ୍ୱଚାରେ ବ୍ରଣ ହୋଇଥାଏ। ଅଳ୍ପ ଦିନରେ ତକିଆ ଖୋଳ ନିଶ୍ଚୟ ବଦଳାନ୍ତୁ।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

ବାରମ୍ବାର ଥଣ୍ଡା, ଜ୍ୱର, କାଶ, ତ୍ୱଚା ଜନିତ ସଂକ୍ରମଣ ହେଲେ ଏହା ତକିଆ ପାଇଁ ହୋଇଥାଏ।
ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ।
ତକିଆରେ ଭାଙ୍ଗ ପଡିଲେ, ଅଧିକ ଟାଣ ଲାଗିଲେ ଏହାକୁ ବଦଳାଇ ଦିଅନ୍ତୁ। ତକିଆକୁ ମୋଡି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ମଧ୍ୟ ସିଧା ନହେଲେ ତକିଆ ନିଶ୍ଚୟ ବଦଳାଇ ଦିଅନ୍ତୁ। ପ୍ରତ୍ୟେକ ସପ୍ତାହରେ କିମ୍ବା ସପ୍ତାହକୁ ୨ ଥର ତକିଆ ଖୋଳ ବଦଳାଇ ଦିଅନ୍ତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories