୯ ମାସ ପର୍ଯ୍ୟନ୍ତ କେଉଁ ରାଶିରେ ଶନିଙ୍କ ରହିବ କି ପ୍ରଭାବ..

ହିନ୍ଦୁ ଧର୍ମରେ ଗ୍ରନ୍ଥ ଅନୁସାରେ ଶନିଦେବଙ୍କୁ ଧର୍ମରାଜା କୁହାଯାଏ। ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ମାନ୍ୟତା ଅନୁଯାୟୀ, ଲୋକଙ୍କ ସମସ୍ତ ଭଲ ଓ ଖରାପ କର୍ମର ଫଳ ଶନି ଦେବତା ପ୍ରଦାନ କରି ଥାଆନ୍ତି।
ଶନିଦେବ ଅଢେଇ ବର୍ଷରେ ନିଜ ରାଶି ପରିବର୍ତ୍ତନ କରି ଥାଆନ୍ତି। ବର୍ତ୍ତମାନ ସମୟରେ ଶନି କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି। ଶନିଦେବ ୨୯ ମାର୍ଚ୍ଚ ୨୦୨୫ରେ ମୀନ ରାଶିରେ ପ୍ରବେଶ କରିବେ।
ଜାଣନ୍ତୁ ଆସନ୍ତା ୯ ମାସ ସମସ୍ତ ରାଶିରେ ଶନିଙ୍କ କି ପ୍ରଭାବ ରହିବ..

ମେଷ – ଆଗାମୀ ଦିନରେ ଶନି ମେଷ ରାଶି ବ୍ୟକ୍ତିବିଶେଷଙ୍କୁ ଧନ ଓ କର୍ମକ୍ଷେତ୍ରରେ ସଫଳତା ଦେବେ। ଏହି ସମୟରେ ମେଷ ରାଶି ବ୍ୟକ୍ତି ବିଶେଷ ପରିଶ୍ରମ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଯିବ।

ବୃଷ – ଶନି କୁମ୍ଭ ରାଶିରେ ରହିବା ଦ୍ୱାରା କର୍ମକ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖାଦେବ। ସ୍ଥାନ ପରିବର୍ତ୍ତନ ଲାଭକାରୀ ହେବ। ସମ୍ପତ୍ତି ଓ ପଦ ପ୍ରତିଷ୍ଠାର ଲାଭ ମିଳିବ।

ମିଥୁନ – ଶନିଙ୍କ ସ୍ଥିତି ମିଥୁନ ରାଶିଙ୍କ ପାଇଁ ପରିବର୍ତ୍ତନର ଯୋଗ ରହିଛି। ମାଆ ବାପାରଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ନିଜ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଯଥାରେ ବିବାଦ କରନ୍ତୁ ନାହିଁ। ନଚେତ୍ କାର୍ଯ୍ୟରେ ସଫଳତା ପ୍ରାପ୍ତିରେ ବିଳମ୍ବ ହେବ।

ସିଂହ – ଶନିଙ୍କ ବର୍ତ୍ତମାନ ସ୍ଥିତିରୁ ଜଣାପଡେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ବିବାହର ଯୋଗ ରହିଛି। ମାତ୍ର ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

କନ୍ୟା – ଶନିଙ୍କ ବର୍ତ୍ତମାନ ସ୍ଥିତି ଏହି ରାଶି ପାଇଁ ଖୁବ୍ ଶୁଭ। ଶତ୍ରୁ ଓ ବିରୋଧି ପରାସ୍ତ ହେବେ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷ ଏହି ସମୟରେ ସ୍ୱାସ୍ଥ୍ୟ ଓ ପାରିବାରିକ ଜୀବନ ପ୍ରତି ଧ୍ୟାନ ଦେବା ଉଚିତ୍। ବିବାହର ଯୋଗ ମଧ୍ୟ ରହିଛି।

ବିଛା – ଜୀବନରେ କିଛି ପରିବର୍ତ୍ତନ ହୋଇପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କର୍ମକ୍ଷେତ୍ରରେ ବଡ ପରିବର୍ତ୍ତନ ହୋଇପାରେ।

ଧନୁ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କ ବର୍ତ୍ତମାନ ସ୍ଥିତି ସବୁଠାରୁ ଉତ୍ତମ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଜୀବନରେ ଥିବା ସମସ୍ୟା ଦୂର ହେବ।

ମକର – ପାରିବାରିକ ସମସ୍ୟା ଦେଖା ଦେଇପାରେ। ଦୁର୍ଘଟଣାରୁ ମଧ୍ୟ ସାବଧାନ ରୁହନ୍ତୁ।

କୁମ୍ଭ – ବ୍ୟବସାୟ ଓ ବିବାହ ପାଇଁ ସମୟ ଉତ୍ତମ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାମର ପ୍ରଭାବ ରହି ପାରେ।

ମୀନ – ଜୀବନରେ ପରିବର୍ତ୍ତନ ଆସିପାରେ। ଆଖି ଜନିତ ସମସ୍ୟା ଆସିପାରେ। ସାବଧାନ ରୁହନ୍ତୁ।

Comments are closed.