www.samajalive.in
Sunday, December 7, 2025
26.1 C
Bhubaneswar

୪ ଦଫା ଦାବି ନେଇ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଫୁଲବାଣୀ: ୪ ଦଫା ନେଇ ଗୁରୁବାରଠାରୁ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରାଣୀ ଚିକିତ୍ସାକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାଣୀସେବା କ୍ଷେତ୍ରରେ ୮ ଘଣ୍ଟା ବଦଳରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା, କେନ୍ଦ୍ରୀୟ ପ୍ରାଣୀଚିକିତ୍ସକଙ୍କ ଭଳି ପଦୋନ୍ନତି ବ୍ୟବସ୍ଥା ପରି ୪ ଦଫା ଦାବୀ ପୂରଣ ନ ହେବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପ୍ରାଣୀ ଚିକିତ୍ସା ସେବା ସଂଘ । ପୂର୍ବରୁ ଏନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ଲିଖିତ ଭାବେ ଦାବୀ ଉପସ୍ଥାପନ କରିଥିଲେ ସୁଦ୍ଧା ଦାବି ପୂରଣ ହେଉନଥିବାରୁ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସଂଘ ଓହ୍ଲାଇଛି ବୋଲି କନ୍ଧମାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡା .ଆଶୀଷ କୁମାର ଦୋରା, ସଂଯୋଜକ ଡ଼ା ରଣଜୀତ୍ ସାମନ୍ତସିଂହାର, ମହିଳା ସଂଯୋଜିକ ଡ଼ା ଅଳକା ପଟ୍ଟନାୟକ, କୋଷାଧ୍ୟକ୍ଷ ଡ଼ା. ସଂଗ୍ରାମ କେଶରୀ ସାହୁ ପ୍ରମୁଖ କହିଛନ୍ତି।

ସେହିଭଳି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କନ୍ଧମାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘର ସମ୍ପାଦକ ଡା. ନିହାର ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି। ପାଖାପାଖି ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି, ଯାହାକି ପ୍ରାଣିଚିକିତ୍ସକମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି। ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟ ସମୟ ଉପରାନ୍ତେ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଇତ୍ୟାଦି ଯୋଗୁଁ ଆଜି ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି। ଏଣୁ ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ ରୂପାନ୍ତରଣ ସହିତ ସେଥିପାଇଁ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଛି। ତତ୍ ସହିତ କେନ୍ଦ୍ରୀୟ ହାରରେ ଡି.ଏ.ସି.ପି ଏବଂ ଏନ.ପି.ଏ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସଂଘ ତରଫରୁ ଦାବୀ କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories