www.samajalive.in
Sunday, December 7, 2025
14.1 C
Bhubaneswar

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଆଇଇଡି ବିସ୍ଫୋରଣ, ୩ ଏସଓଜି ଜବାନ ଆହତ 

ଫୁଲବାଣୀ:  କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ପୁଣି ଏକ ଆଇଇଡି ବିଷ୍ଫୋରଣ ହୋଇଛି। ଏହି ବିଷ୍ଫୋରଣରେ ତିନି ଜଣ ଏସ ଓ ଜି ଜବାନ ଆହତ ହୋଇଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳକୁ ଲାଗି ରହିଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଶଗଡା ଫାଣ୍ଡି ବାତେପଙ୍ଗା ଅଞ୍ଚଳ ଜଙ୍ଗଲରେ ଏହି ଆଇଡି ବିସ୍ଫୋରଣ ହୋଇଛି ।
ସୂଚନା ଅନୁଯାୟୀ, ପୁଲିସ ପକ୍ଷରୁ ଏଠାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି  ଆଇଡି ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣ  ଯବାନ ଆହତ ହୋଇଛନ୍ତି। କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ସୂଚନା ଅନୁସାରେ ଏହି ଏହି ଅଞ୍ଚଳରେ ମାଓବାଦୀ ଥିବା ସୂଚନା ମିଳିବା ପରେ ଏଠାରେ ଏସ ଓ ଜି ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ତେବେ ଆଜି କମ୍ବିଂ ଚାଲିଥିବା ବେଳେ ସେଠାରେ ଆଇଇଡି ବିଷ୍ଫୋରଣ ହୋଇଥିଲା, ଏଥିରେ ଜବାନ ମାନେ ଆହତ ହୋଇଥିଲେ। ତେବେ ଆଘାତ ସେତେ ଗୁରୁତର ନୁହେଁ, ଏବଂ ଆହତ ଜବାନ ମାନେ ଏବେ ମଧ୍ୟ ଅପରେସନରେ ସାମିଲ ଅଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି।
ଅପରପକ୍ଷେ, ଏହି ଘଟଣାରେ କୌଣସି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଜାରୀ ରହିଥିବା କନ୍ଧମାଳ ଏସପି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ତୁମୁଡିବନ୍ଧ ଥାନା ସିର୍ଲା ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଆଇଇଡି ବିଷ୍ଫୋରଣ ଘଟି ଜଣେ ଏସ ଓ ଜି ଜବାନ ଗୁରୁତର ହୋଇଥିଲେ। ଆଜି ପୁଣି ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ପ୍ରମାଣିତ କରୁଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories