ସାବଧାନ! ପେଟ୍ରୋଲ ପମ୍ପରେ ଚାଲିଛି ଠକାମୀ, ଜାଣନ୍ତୁ ବଞ୍ଚିବାର ଉପାୟ

0

ନୂଆଦିଲ୍ଲୀ : ଆକାଶ ଛୁଅାଁ ପେଟ୍ରୋଲ ଏବଂ ଡିଜେଲ ଦର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିଲାବେଳେ ଏବେ ଅନେକ ପେଟ୍ରୋଲ ପମ୍ପରେ ଠକେଇ ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଦେଶବ୍ୟାପୀ ବିଭିନ୍ନ ପେଟ୍ରୋଲ ପମ୍ପରେ ମାପରେ ହେରଫେର ଏବଂ ଅପମିଶ୍ରଣ ଏକ ସାଧାରଣ କଥାରେ ପରିଣତ ହୋଇଛି। ଗତମାସରେ କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପେଟ୍ରୋଲ ପମ୍ପରେ ଠକାମୀ ନେଇ ଏକ ତାଲିକା ଜାରି କରିଥିଲେ। ଜାତୀୟ ରାଜଧାନୀ ଦିଲ୍ଲୀ ଏହି ତାଲିକାର ତୃତୀୟ ସ୍ଥାନରେ ଥିଲା। ଦିଲ୍ଲୀରେ ଅପ୍ରେଲ ୨୦୧୪ରୁ ଡିସେମ୍ବର ୨୦୧୭ ମଧ୍ୟରେ ତୈଳ ମାପ କମ୍‍ ନେଇ ୭୮୫ଟି ମାମଲା ପଦାକୁ ଆସିଥିଲା। ଏହି ତାଲିକାର ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଏବଂ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଥିଲା।
କମ୍‍ ମାପ ଏବଂ ଅପମିଶ୍ରଣ ଭଳି ଠକାମୀରେ ବଞ୍ଚିବାକୁ ହେଲେ କିଛି ଖାସ୍‍ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

ଫିଲ୍ଟର ପେପର
ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପରେ କିଛି ଖାସ୍‍ ଲକ୍ଷ୍ୟଣରୁ ଆମେ ଠକାମୀର ଶିକାର ହୋଇଥିବା ଜଣାପଡେ। ଗାଡ଼ି ଇଞ୍ଜିନ୍‍ରେ ସମସ୍ୟା ଦେଖାଦେବା ଏବଂ ମାଇଲେଜ୍‍ କମ ଦେଖାଇବା ପେଟ୍ରୋଲର ଗୁଣାବତ୍ତା ପ୍ରତି ସନ୍ଦେହ ସୃଷ୍ଟି କରିଥାଏ। ଏଭଳି ମାମଲାରେ ପେଟ୍ରୋଲର ଫିଲ୍ଟର ପେପର ପରୀକ୍ଷା କରିବା ଉଚିତ୍‍। ଉପଭୋକ୍ତା ସୁରକ୍ଷା ଆଇନ୍‍ ୧୯୮୬ ଅନୁଯାୟୀ ପେଟ୍ରୋଲ ପମ୍ପ ନିକଟରେ ଫିଲ୍ଟର ପେପର ରହିବା ଆବଶ୍ୟକ। ଗ୍ରାହକ ମାଗିଲେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ଗ୍ରାହକଙ୍କୁ ଫିଲ୍ଟର ପେପର ଦେବେ। ପେପରରେ ପେଟ୍ରୋଲର କେଇ ବୁନ୍ଦା ପକାଇ ଦେଖିଲେ ତେଲରେ ଅପମିଶ୍ରଣ ହୋଇଛି କି ନାହିଁ ଜଣାପଡେ। କାଣ ଫିଲ୍ଟର ପେପରରେ ପେଟ୍ରୋଲ ପକାଇବାର କିଛି ସମୟ ମଧ୍ୟରେ ଦାଗ ଆପେ ଆପେ ଉଡ଼ିଯାଏ। ଯଦି ଏପରି ନହୁଏ ତେବେ ତେଲରେ ଅପମିଶ୍ରଣ ହୋଇଛି।

prayash

ଷ୍ଟାର୍ଟ-ଷ୍ଟପ୍‍ ଉପାୟର କମ୍‍ ତେଲ ଭରିବା
ଅଧିକ ତେଲ ଭରିବା ବେଳେ ମାପରେ ହେରଫେର ହେବାର ବହୁ ଆଶଙ୍କା ଥାଏ। ଏଭଳି ସ୍ଥିତିରେ ସାବଧାନ ରହିବା ଆବଶ୍ୟକ। ଧରନ୍ତୁ ଆପଣ ଗାଡ଼ିରେ ୧୫୦୦ ଟଙ୍କାର ପେଟ୍ରୋଲ ଭରୁଛନ୍ତି। ପେଟ୍ରୋଲ ପମ୍ପ କର୍ମଚାରୀ ୫୦୦ ଟଙ୍କା ଭରିବା ପରେ ତେଲ ଭରିବା ବନ୍ଦ କରିଦେଲା। ଆପଣ ଆଉଥରେ ୧୦୦୦ ଟଙ୍କାର ତେଲ ଭରିବାକୁ କହିଲେ। କର୍ମଚାରୀ ଜଣକ ବିନା ରିଷ୍ଟାର୍ଟ କରି ହଜାର ଟଙ୍କାରେ ତେଲ ଭରିଦେଲା। ଏପରି ଆପଣଙ୍କ ୫୦୦ ଟଙ୍କାର କ୍ଷତି ହୋଇଗଲା। ଏଭଳି ଉପାୟ ଅବଲମ୍ବନ କରି କମ୍‍ ତେଲ ପକାଇ ଠକାଯାଏ। ମେସିନ୍‍ ପ୍ରତି ଧ୍ୟାନ ରଖନ୍ତୁ। ମେସିନ୍‍ରେ ଶୂନ (୦) ଦେଖି ତେଲ ଭରିନ୍ତୁ। ଦ୍ୱିତୀୟ ଥର ତେଲ ଭରିବା ବେଳେ ରିଷ୍ଟାର୍ଟ କରିବାକୁ କୁହନ୍ତୁ। ପୁଣିଥରେ ମେସିନ୍‍ ଶୂନ (୦) କରି ତେଲ ଭରନ୍ତୁ।

ପାଞ୍ଚ ଲିଟରିଆ ପରୀକ୍ଷା
ଅନେକ ସମୟରେ ପେଟ୍ରୋଲ ପମ୍ପରେ ନୋଜେଲରେ ଏକଡ଼ ସେକଡ଼ କରାଯାଇ ୧୦୦ରୁ ୧୫୦ ମିଲିମିଟର ପର୍ଯ୍ୟନ୍ତ ତେଲ ହେରଫେର କରାଯାଏ। ସନ୍ଦେହ ହେଲେ ୫ ଲିଟରିଆ ପରୀକ୍ଷା କରିନିଅନ୍ତୁ। ପେଟ୍ରୋଲ ପମ୍ପକୁ ଏକ ୫ ଲିଟରିଆ ବୋତଲ କିମ୍ବା ପ୍ରାମାଣିକ ପାତ୍ର ନିଅନ୍ତୁ। ଆପଣ ସେଠାରେ ୫ ଲିଟର ପେଟ୍ରୋଲ କମ୍ବା ଡିଜେଲ ଭରି ତେଲ ମାପର ପରୀକ୍ଷା କରିନିଅନ୍ତୁ।

ଅନ୍ୟ ସତର୍କତା
ସର୍ବଦା ତୈଳର ବିକ୍ରି ମୂଲ୍ୟ ଯାଞ୍ଚ କରିନିଅନ୍ତୁ। ମେସିନରେ ଡିଲର ବିକ୍ରି ମୂଲ୍ୟ ବା ସେଲିଂ ପ୍ରାଇସ୍‍ ଦେଖାଉଥିବା ଆବଶ୍ୟକ। ଧାର୍ଯ୍ୟ ମୂଲ୍ୟଠାରୁ ପେଟ୍ରୋଲ ପମ୍ପରେ ଅଧିକ ମୂଲ୍ୟ ନିଆଯାଇହେବନାହିଁ। ମେସିନରେ ଦେଖାଉଥିବା ବିକ୍ରି ମୂଲ୍ୟ ଓ ତେଲ ମାପର ଯାଞ୍ଚ କରି ଠକାମୀର ଶିକାର ହେବାରୁ ବଞ୍ଚନ୍ତୁ।

Leave A Reply