www.samajalive.in
Sunday, December 7, 2025
26.1 C
Bhubaneswar

ନିଜ ନୋଡାଲ ଆକାଉଣ୍ଟକୁ ଆକ୍ସିସ ବ୍ୟାଙ୍କକୁ ସ୍ଥାନାନ୍ତର କଲା ପେଟିଏମ୍

ନୂଆଦିଲ୍ଲୀ : ପୂର୍ବଭଳି ବାଣିଜ୍ୟିକ ପୈଠକୁ ବଜାୟ ରଖିବା ପାଇଁ ଆର୍ଥିକ ସେବା କମ୍ପାନୀ ପେଟିଏମ୍ ନିଜ ନୋଡାଲ ଖାତାକୁ ଆକ୍ସିସ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ନେଇ ଘୋଷଣା କରିଛି । ପୂର୍ବରୁ ଏହି କାମ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ସହିତ କରାଯାଉଥିଲା । କମ୍ପାନୀ ସୂଚନା ଦେଇ କହିଛି କି ବାଣିଜ୍ୟିକ କାରବାରକୁ ଜାରି ରଖିବା ପାଇଁ କମ୍ପାନୀ ଆକ୍ସିସ ବ୍ୟାଙ୍କ ସହିତ ଏକ ଏସ୍କ୍ରୋ ଆକାଉଣ୍ଟ ଖୋଲି ନିଜ ନୋଡାଲ ଆକାଉଣ୍ଟକୁ ଆକ୍ସିସ୍ ବ୍ୟାଙ୍କରେ ସିଫ୍ଟ କରିଦେଇଛି । ରିଜର୍ଭ ବ୍ୟାଙ୍କ ଓ୍ବନ୍ ୯୭ କମ୍ୟୁନିକେସନ ଲିମିଟେଡ୍(ଓସିଏଲ୍) ଏବଂ ପେଟିଏମ ପେମେଣ୍ଟ ସର୍ଭିସେଜ୍ ଲିମିଟେଡର ନୋଡାଲ ଆକାଉଣ୍ଟକୁ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କମ୍ପାନୀ ଏମିତି ନିଷ୍ପତ୍ତି ନେଇଛି ।

କମ୍ପାନୀ ସୂଚନା ଅନୁସାରେ ସେ ଦେଶର ଆର୍ଥିକ ସମାବେଶନ ଯାତ୍ରାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇ ଭାରତୀୟଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିବ । କହିରଖୁଛୁ ନୋଡାଲ ଆକାଉଣ୍ଟ ଏକ ସ୍ବତନ୍ତ୍ର ଆକାଉଣ୍ଟ ଯାହା ଭାଗ ନେଉଥିବା ବ୍ୟାଙ୍କରୁ ଧନ ପ୍ରାପ୍ତ କରିବା ଏବଂ ନିର୍ଦ୍ଧାରିତ ବ୍ୟବସାୟୀଙ୍କୁ ପଠାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରସ୍ତୁତ ହୋଇଥାଏ ଏବଂ ଏହା ବୈଧ । ପେଟିଏମର ୩୦ କୋଟି ଉପଭୋକ୍ତା ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧ କୋଟି ମାସିକ ନେଣଦେଣ କରୁଥିବା ଉପଭୋକ୍ତା । ତନ୍ମଧ୍ୟରୁ ପ୍ରାୟ ୧ କୋଟି ଗ୍ରାହକ ବ୍ୟାପାରୀ ଏବଂ ସେମାନେ ନିଜ ବ୍ୟବସାୟର ପୈଠ ଗ୍ରହଣ କରିବା ପାଇଁ ପେଟିଏମ୍ ବ୍ୟହବହାର କରନ୍ତି । ସେମାନଙ୍କ ସୁବିଧାକୁ ନଜରରେ ରଖି ପେଟିଏମ୍ ଏଭଳି ନିଷ୍ପତ୍ତି ନେଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories