www.samajalive.in
Sunday, December 7, 2025
18.1 C
Bhubaneswar

ବର୍ଷା ଆଶଙ୍କା; ତିନି ଦୁର୍ଗମ ପଞ୍ଚାୟତ ଆଦିବାସୀ ସ୍ଥାନାନ୍ତର

ପାତ୍ରପୁର : ସମ୍ଭାବ୍ୟ ବର୍ଷା ଆଶଙ୍କା କରି ପାତ୍ରପୁର ବ୍ଲକର ତିନି ଦୁର୍ଗମ ପାଞ୍ଚାୟତର କେତେକ ଗ୍ରାମର ଲୋକଙ୍କୁ ଆଜି ନିରାପଦ ସ୍ଥାନକୁ ପ୍ରଶାସନ ସ୍ଥାନାନ୍ତରିତ କରିଛି। ପାତ୍ରପୁର ବ୍ଲକରେ ତିତଲି ବେଳେ ତୁମ୍ବା, ବୁରତାଲ ଏବଂ ଅଙ୍କୁଲି ପଞ୍ଚାୟତ ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନ ଜୀବନ କ୍ଷତି ହୋଇଥିଲା। ଏବେ ଲଘୁଚାପରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ମିଳିଥିଲା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପାତ୍ରପୁର ପ୍ରଶାସନକୁ ଜଣାଇ ବିପଦ ଥିବା ଗ୍ରାମର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ଗତ କାଲିଠାରୁ ପାତ୍ରପୁର ତହସିଲର ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ତରଫରୁ ବର୍ଷା ଯୋଗୁଁ ବିପଦ ଥିବା ଗ୍ରାମର ଲୋକମାନଙ୍କୁ ନିରାପଦ ସ୍ତାନକୁ ଆସିବା ପାଇଁ କହିଥିଲେ।ଆଜି ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ, ବିଡିଓ ପ୍ରକାଶ କୁମାର ଦାସ ଯୋଗାଣ ଅଧିକାରୀ ପଦ୍ମେଶ ଶତପଥୀ ପ୍ରମୁଖ ତୁମ୍ବା ବୁର।ତାଲ ଏବଂ ଆଙ୍କୁଲି ଯାଇ ବିପଦ ଥିବା ଗ୍ରାମର ଲୋକମାନେ ନିରାପଦ ସ୍ତାନକୁ ଆସିବା ପାଇଁ କହିଥିଲେ । ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମ ଏଲଗଲ ଗ୍ରାମକୁ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଜେନା , ଜି ଆର ଏସ ରାଧାକୃଷ୍ଣ ବେଜ, ସି ଆର ସି ସି ସୁରେଶ ବେହେରା, ପୂର୍ବତନ ସରପଞ୍ଚ ଶିବରାମ ପ୍ରଧାନ, ଜରଡା ରାଜସ୍ବ ବିଭାଗ ଅଧିକାରୀ, ଗ୍ରାମ ସେବକ ମୀନକେତନ ବେହେରା, ପୁଲିସ, ଅଙ୍ଗନୱାଡ଼ି କର୍ମୀମାନେ ପହଞ୍ଚି ନିରାପଦ ସ୍ଥାନ ତାଡକା ସାହି ଆସିବାକୁ କହିଥିଲେ।

ପ୍ରଥମେ ଲୋକମାନେ ଗ୍ରାମରୁ ଆସିବାକୁ ଅମଙ୍ଗ ହୋଇଥିବାବେଳେ ପରେ ରାଜି ହୋଇଥିଲେ। ଏହାପରେ ଏଲଗଲ, ସିରିସିଗଣ୍ଡ ଗ୍ରାମର ଲୋକମାନେ ଜଙ୍ଗଲ ରାସ୍ତାରେ ପ୍ରାୟ ନଅ କିଲୋମିଟର ଚାଲି ତାଡକ ସାହି ସ୍କୁଲ ଛାତ୍ରାବାସଠାରେ ପହଞ୍ଚି ଥିଲେ। ରାସ୍ତାରେ ଜଣେ ମହିଳା  ସୁଦର୍ଶନ ବେହେରାଙ୍କ ପତ୍ନୀ ପଙ୍କଜିନି ସଂଜ୍ଞାହୀନ ହୋଇ ପଡ଼ିବା ପରେ ତାଙ୍କୁ ଚିକିତ୍ସା କରି ସୁସ୍ଥ ହେବା ପରେ ଆଣିଥିଲେ। ଲୋକମାନେ ପହଁଚିବା ପରେ ମାକ୍ସ ନଥିବା ଲୋକଙ୍କୁ ମାକ୍ସ ଯୋଗାଯାଇ ଥିଲା। ସେହିପରି ତୁମ୍ବା ବୁର।ତଲ ପଞ୍ଚାୟତ ମୁଁଣ୍ଡେଇସିଙ୍ଗି, ମାରମାରୀୟ।, ତାବୁଡିୟା, ରାଇଗଡ, ପ୍ରଭୁତି ଗ୍ରାମର ଲୋକମାନଙ୍କୁ ବୁରାତାଲ ସ୍କୁଲ ଠାରେ, କୁସମଳା ପ୍ରଭୁତି ଦୁର୍ଗମ ଗ୍ରାମର ଲୋକମାନଙ୍କୁ ଲାଇଡାଠାରେ ରଖିବା ବ୍ୟବସ୍ତା କରାଯାଇ ଥିବା ପାତ୍ରପୁର ବିଡିଓ ପ୍ରକାଶ କରିଛନ୍ତି। ଦୁର୍ଗମ ଆଦିବାସୀ ଇଲାକାର ବିଭିନ୍ନ ଗ୍ରାମରେ ତିତିଲି କ୍ଷତିର ଚିହ୍ନ ଲିଭିନଥିବା ବେଳେ ଏବେ ଲଘୁଚାପ ଜନିତ ବର୍ଷା ଆଶଙ୍କା ଯୋଗୁଁ ଲୋକମାନଙ୍କ ଆଖିରୁ ନିଦ ହଜିଯାଇଛି। କେତେକ ଆଦିବାସୀ ଗ୍ରାମର ଲୋକମାନେ ବର୍ଷାରେ ନିଜ ଗ୍ରାମ ନଛାଡି ରହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories