www.samajalive.in
Sunday, December 7, 2025
23.1 C
Bhubaneswar

ଗୁଳି ଫୁଟାଇ ଅଳଙ୍କାର ଲୁଟି ନେଲେ ୪ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା: ପାଟଣା ଥାନା ଟାଙ୍ଗରପଡ଼ା ହୁଡ଼ି ସାହିରେ ଏକ ଗହଣା ମରାମତି ଦୋକାନୀଙ୍କ ଘର ସାମ୍ନାରେ ଶୁକ୍ରବାର ସନ୍ଧ୍ୟାରେ ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ସୁନା ଓ ରୂପା ଅଳଙ୍କାର ଲୁଟ ହେବା ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।  ସୂଚନା ଯୋଗ୍ୟ ଯେ ଟାଙ୍ଗରପଡ଼ା ବଜାର ରେ ବାଵଲୁ ରଣାଙ୍କର ଏକ ଅଳଙ୍କାର ମରାମତି ଦୋକାନ ରହିଛି।
ଶୁକ୍ରବାର ସନ୍ଧ୍ୟା ସାଢେ଼ ୬ଟାରେ ବାବଲୁଙ୍କ ପୁଅ ଅଭିଜିତ ଦୋକାନ ବନ୍ଦ କରି ଏକ ବ୍ୟାଗରେ  ସୁନା ଓ ରୂପା ଅଳଙ୍କାର ନେଇ ଘରକୁ ଫେରୁଥିବା ବେଳେ ନିଜ ଘରକୁ ଯିବା ସମୟରେ ତାଙ୍କ ଘର ସାମ୍ନାରେ ହଠାତ୍ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ଅତର୍କିତ ଭାବେ ବ୍ଲାଙ୍କ ଫାୟାରିଂ କରି ଅଳଙ୍କାର ବ୍ୟାଗ୍ ଲୁଟି ନେଇଥିଲେ। ବ୍ୟାଗରେ ୨୦ଟି ସୁନା ତୁଳସୀ ପତ୍ର, ୭ଟି ଇୟର ରିଙ୍ଗ , ଏକଟି  ସୁନା ଚେନ , ରୂପା ଦେଢ଼ କିଗ୍ରା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ଅଭିଯୋଗ ପାଇବା ପରେ ପାଟଣା ଥାନାଧିକାରି ବିବତ୍ସ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଲୁଟେରା ଙ୍କ ସନ୍ଧାନ ମିଳିନାହିଁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories