ପତଞ୍ଜଳିର ସ୍ୱଦେଶୀ ସିମ ପରେ ଏବେ ସ୍ୱଦେଶୀ ମେସେଜ ଆପ

0

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ପତଞ୍ଜଳିର ସ୍ୱଦେଶୀ ସମୃଦ୍ଧି ସିମ କାର୍ଡ ବଜାରରେ ପ୍ରବେଶ କରିବା ପରେ ବର୍ତ୍ତମାନ ବାବା ରାମଦେବ ଏକ ମେସେଜ ଆପ ବଜାରକୁ ଲଞ୍ଚ କରିଛନ୍ତି। ଏହି ମେସେଜ ଆପର ନାମ କିମ୍ଭୋ। ଏହି ଆପ୍‍ ହ୍ୱାଟସ୍‍ଆପକୁ ଟକ୍କର ଦେବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି। ପତଞ୍ଜଳିର ମୁଖପାତ୍ର ଏସ.କେ.ତିଜାରୱାଲାଙ୍କ ମତରେ ଏହି ମେସେଜ ଆପ ଭବିଷ୍ୟତରେ ହ୍ୱାଟସ୍‍ଆପ୍‍ଠାରୁ ଅଧିକ ଲୋକପ୍ରିୟ ହେବି ଆଶା ପ୍ରକାଶ କରିଛନ୍ତି। ପତଞ୍ଜଳୀର ସିମ ବଜାରରେ ପ୍ରବେଶ କରିବାପରେ ଏହି ମେସେଜ ଆପ ଗ୍ରାହକମାନଙ୍କୁ ଅଧିକ ଆକୃଷ୍ଟ କରିବ। ଏହି ଆପକୁ ଆପଣମାନେ ଗୁଗୁଲ ପ୍ଲେ ଷ୍ଟୋରରେ ସଂଗ୍ରହ କରିପାରିବେ ବୋଲି ପତଞ୍ଜଳିର ପ୍ରବକ୍ତା ଏସ.କେ.ତିଜାରୱାଲା କହିଛନ୍ତି।
ଏହି ଆପରେ ହ୍ୱାଟସ୍‍ଆପରେ ଯେପରି ଭାବରେ ବ୍ୟବହାରକାରୀ ଜଣେ ଅନ୍ୟ ଜଣକ ସାଙ୍ଗରେ କଥାବାର୍ତ୍ତା କରିଥାଆନ୍ତି ଏବଂ ଯେପରି ହ୍ୱାଟସ୍‍ଆପରେ ବିଭିନ୍ନ ଗୋଷ୍ଠୀ ଗଠନ କରାଯାଏ ସେହିପରି ଏହି ମେସେଜ ଆପରେ ମଧ୍ୟ ଏପରି ଗୋଷ୍ଠୀର ଗଠନ କରାଯାଇପାରିବ। ଏଥିସହ ଗୁଗୁଲ ପ୍ଲେ ଷ୍ଟୋରରେ କିମ୍ଭୋ ଆପ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। ଏହି ଆପରେ ବ୍ୟବହାରକାରୀ ଫଟୋ, ଭିଡିଓ, ବିଭିନ୍ନ ଷ୍ଟିକର, ଭିଡିଓ କଲିଂ, ଇମୋଜି ଆଦି ରହିଛି। ପତଞ୍ଜଳି ମେ ୨୭ରେ ନିଜର ଏକ ସିମକୁ ବଜାରରେ ପ୍ରବେଶ କରାଇଥିଲା।

Leave A Reply