www.samajalive.in
Sunday, December 7, 2025
14.1 C
Bhubaneswar

ବ୍ଲକ ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଘର ଦାବି ପତ୍ର

ପାଟଣା: ଗତକାଲି ସାହାରପଡା ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ଭବନରେ ଏକତ୍ରିତ ହୋଇ ପ୍ରାଥମିକ ଶିକ୍ଷକ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସାହାରପଡା ବଜାର ଦେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି କଳାକାର ମହାନ୍ତ, ଉପସଭାପତି ରାଖାଲ ଚନ୍ଦ୍ର ମହାନ୍ତ, ସଂପାଦକ ରତ୍ନାକର ସେଠୀ, ମାନସ ଆରୁକ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଆସନ୍ତା ୨୭-୧୧-୨୦୨୨ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜଧାନୀର ରାଜରାସ୍ତାରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜଣାଇଥିଲେ ।

ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ନିଜର ୩ଦଫା ଦାବିପୂରଣ କରିବେ ବୋଲି ଜଣାଇଥିଲେ । ଏହାପରେ ପ୍ରତିନିଧି ଭାବେ ମହେଶ ପ୍ରସାଦ ଦାସ, ଖଗେଶ୍ବର ମହାନ୍ତ, ଅନ୍ତର୍ଯ୍ୟାମୀ ମହାପାତ୍ର ଯାଇ ବ୍ଲକ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାୟକଙ୍କୁ ଭେଟି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଦାବିପତ୍ର ପ୍ରଦାନ କରିଥିଲେ । ପୁଲିସ ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ତତ୍ବାବଧାନରେ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା । ଶୋଭାଯାତ୍ରାରେ ଦିଲ୍ଲୀପ ସେଠୀ, ମନୋରଂଜନ ବେହେରା, ଉପେନ୍ଦ୍ର ପାତ୍ର, ରସାନନ୍ଦ ନାଏକ, ପାର୍ଥସାରଥୀ ବାରିକ୍, ପ୍ରତୀମା ନାଏକ, ମିନାକ୍ଷୀ ମୁଦି, ବିଶ୍ବନାଥ ମହାନ୍ତ ପ୍ରମୁଖ ଯୋଗ ଦେଇ ଶୋଭାଯାତ୍ରାକୁ ସଫଳ କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories