ସଂସଦୀୟ କମିଟି ଆଗରେ ହାଜର ହେବେ ୧୧ ପିଏସ୍‍ବି ମୁଖ୍ୟ

0

prayash

ନୂଆଦିଲ୍ଲୀ :ସମ୍ପ୍ରତି ଦେଶରେ ବଢିବାରେ ଲାଗିଛି ଅନାଦାୟ ଋଣ ଓ ବ୍ୟାଙ୍କ ଜାଲିଆତି ଭଳି ଘଟଣା। ଏହାକୁ ନେଇ ସରକାର ଏବେ ଚିନ୍ତାରେ। ଏହି ସବୁ ପ୍ରସଙ୍ଗରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ଯାଉଛନ୍ତି ଦେଶର ୧୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍‍ବି) ମୁଖ୍ୟ। ଏହି ବ୍ୟାଙ୍କ ମୁଖ୍ୟମାନେ ବରିଷ୍ଠ କଂଗ୍ରେସ ନେତା ଏମ୍‍ ବୀରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଗରେ ହାଜର ହେବେ। ଏହି କମିଟି ଦେଶର ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ରହିଥିବା ସମସ୍ୟା, ଚ୍ୟାଲେଞ୍ଜ,ଏନ୍‍ପିଏ ଏବଂ ଚାପଗ୍ରସ୍ତ ସମ୍ପତ୍ତିି ଭଳି ପ୍ରସଙ୍ଗରେ ଅନୁଧ୍ୟାନ କରୁଛି।
ତେବେ ଆଇଡିବିଆଇ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ଇଣ୍ଡିଆନ୍‍ ଓଭର ସିଜ୍‍ ବ୍ୟାଙ୍କ, ଦେନା ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‍ କମର୍ସ, ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ର, ୟୁନାଇଟେଡ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, କର୍ପୋରେଶନ ବ୍ୟାଙ୍କ ଏବଂ ଆଲ୍ଲାହାବାଦ ଆଦି ବ୍ୟାଙ୍କର ମୁଖ୍ୟ ସଂସଦୀୟ କମିଟି ଆଗରେ ହାଜର ହେବେ। ତେବେ ଚଳିତମାସ ୨୬ରେ ଏହି ବ୍ୟାଙ୍କ ମୁଖ୍ୟମାନେ କମିଟି ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ରଖିବା ସହ ପଚରାଯିବାକୁ ଥିବା ପ୍ରଶ୍ନର ଉତ୍ତର ଦେବେ। ସମ୍ପ୍ରତ୍ତି ଦେଶର ବ୍ୟାଙ୍କିଙ୍ଗ୍‍ କ୍ଷେତ୍ର ଅଣକାର୍ଯ୍ୟକାରୀ ସମ୍ପତ୍ତି (ଏନ୍‍ପିଏ) ଭଳି ପରିସ୍ଥିତି ସହ ଯୁଝୁଛି। ସମ୍ପ୍ରତ୍ତି ଦେଶର ବ୍ୟାଙ୍କଗୁଡିକର ଏନ୍‍ପିଏ ପରିମାଣ ୮.୯୯ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ଦିଆଯାଇଥିବା ମୋଟ ଅଗ୍ରିମର ୧୦.୧୧%। ଅନ୍ୟପକ୍ଷରେ ବ୍ୟାଙ୍କଗୁଡିକରେ ବଢିଚାଲିଥିବା ଜାଲିଆତି ଭଳିି ଘଟଣା ସରକାରଙ୍କ ପାଇଁ ଏବେ ଆଉ ଏକ ଚିନ୍ତାର କାରଣ ସାଜିଛି। ୨୦୧୫-୧୬ରେ ଦେଶରେ ୪,୬୯୩ଟି ବ୍ୟାଙ୍କ ଜାଲିଆତି ଘଟଣା ଘଟିଥିବାବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୫,୯୦୪ରେ ପହଞ୍ଚିଛି।

Leave A Reply