www.samajalive.in
Sunday, December 7, 2025
26.1 C
Bhubaneswar

ସଂସଦ ରାଫେଲ ଝଡ଼, ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ବିଜେପି ସାଂସଦମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବି କରି ସଂସଦରେ ପ୍ରବଳ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି ରଖିବାକୁ ପଡିଛି। ସୋମବାର ପୁଣି ଅଧିବେଶନ ବସିବ। ଲୋକସଭାରେ ପ୍ରଶ୍ନକାଳରେ ବିରୋଧୀ ଦଳର ସଦସ୍ୟମାନେ ରାଫେଲ କାରବାରକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଜେପି ସାଂସଦମାନେ କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ରାହୁଲ ରାଫେଲ ଦୁର୍ନୀତି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଦର୍ଶାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଡିଡିପି ସାଂସଦମାନେ ସ୍ୱତନ୍ତ୍ର ପାହ୍ୟା ଦାବିରେ ଗୃହରେ ବିକ୍ଷୋଭ କରିଥିଲେ। ହଟ୍ଟଗୋଳ ସତ୍ତ୍ବେ କେନ୍ଦ୍ର ମନ୍ତ୍ରୀ ଜେପି ନଡା ଗୃହରେ ଭାରତୀୟ ମେଡିବାଲ କାଉନ୍ସିଲ (ସଂଶୋଧନ) ବିଲ ୨୦୧୮ ଆଗତ କରିଥିହେଲ। କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ରାହୁଲ ରାନୈତିକ ଫାଇଦା ପାଇଁ ଦେଶବାସୀଙ୍କୁ ମିଥ୍ୟା କହିବା ସହିତ ବିଶ୍ୱସ୍ତରରେ ଭାରତର ଛବି ମଳିନ କରିଛନ୍ତି। ଏଣୁ ସେ କ୍ଷମା ମାଗିବା ଉଚିତ। ସେହିଭଳି କଂଗ୍ରେସ ସାଂସଦ ରଞ୍ଜିତ ରାଜନ କେନ୍ଦ୍ର ଏବଂ ଆର୍‍ବିଆଇ ମଧ୍ୟରେ ବିବାଦକୁ ନେଇ ଏବଂ ସାଂସଦ ସୁନୀଲ କୁମାର ଜାଖର ରାଫେଲ କାରବାର ପରିପ୍ରେକ୍ଷୀରେ ଗୃହରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories