ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଧେଶରେ ଚଳିତ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ  ବୈଠକ ଅନୁଷ୍ଠିତ ହୋଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ  ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ ବଲ୍ଲଭାଇ ମଞ୍ଚାସିନ ଥିଲେ। ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ବିକାଶ, ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ଗୋଷ୍ଠି ଓ ବିଦ୍ୟାଳୟରେ ନିରନ୍ତର ସମ୍ପର୍କ ସ୍ଥାପନ କରିବା ଓ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ ଉପଲବ୍ଧକୁ ନିଶ୍ଚିତ କରିବା ପାଇଁ ସରକାର ଏକ ଅଭିନବ ମାଧ୍ୟମ କରିଛନ୍ତି। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ସ୍ଵଛତା ପକ୍ଷ ପାଳନ, ସୁରଭି ଓ ମିଲେଟସ ମିଶନ ପ୍ରତିଯୋଗିତା, ଅନଲାଇନ ସୁରକ୍ଷା, ସାଇବର ସଚେତନତା ଓ ବିଦ୍ୟାଳୟଛାତ୍ର ଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଋତୁକାଳୀନ ଛାତ୍ରାବାସ ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟବସ୍ଥା, ସ୍ୱଚ୍ଛ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର, ବାଲ୍ୟବିବାହ ଉପରେ ସଚେତନତା, ବିଦ୍ୟର୍ଥୀଙ୍କୁ ମାଗଣା ପୋଷାକ ଓ ଆନୁସଙ୍ଗିକ ଉପକରଣ, ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନା, ମାଧ୍ୟମିକ ବିଦ୍ୟାଳୟରେ ହାଉସ ସିଷ୍ଟମ ପ୍ରଚଳନ, କ୍ୟାରିଅର ଯୋଜନା, ପିଲାମାନଙ୍କ ମାନସିକ ଚାପ ଓ ଏହାର ଦୂରୀକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରାଯାଇଛି। ଶେଷରେ ସହକାରୀ ଶିକ୍ଷକ ନନ୍ଦକିଶୋର ସାବତ ଧନ୍ୟବାଦ ଦେଇଥିଲେ। ସେହିପରି ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟ ରେ ମଧ୍ୟ ଶିକ୍ଷକଶିକ୍ଷୟତ୍ରୀ ଓ ଅଭିଭାବକ ମଧ୍ୟରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା

Comments are closed.