ଜାଣନ୍ତୁ କିପରି ଯତ୍ନ ନେବେ ପର ଅଳଙ୍କାର

0

ପୂର୍ବକାଳରେ ମଣିଷ ପକ୍ଷୀମାନଙ୍କ ରଙ୍ଗବେରଙ୍ଗ ପରକୁ ନେଇ ନିଜକୁ ସଜାଉଥିଲା। ଏବେ ମଧ୍ୟ ଆଦିମ ଅଧିବାସୀଙ୍କଠାରେ ପର ଅଳଙ୍କାର ଦେଖିବାକୁ ମିଳେ। ତେବେ ଆଧୁନିକତା ବି ପର ପ୍ରଭାବରୁ ମୁକ୍ତ ରହିପାରିନାହିଁ। ଯୁବପିଢି ପରରେ ତିଆରି କାନଫୁଲ, ବ୍ରେସ୍‍ଲେଟ, ମୁଦି ଏବଂ ହାର ଆଦି ବ୍ୟବହାର କରିବାକୁ ବେଶ୍‍ ପସନ୍ଦ କରୁଛନ୍ତି।

ଏହି ପର ଅଳଙ୍କାରଗୁଡିକ ଦେଖିବାକୁ ଯେମିତି ସୁନ୍ଦର, ସେହିପରି କୋମଳ ମଧ୍ୟ। ତେଣୁ କେବଳ ପିନ୍ଧିଲେ ହେବନାହିଁ, ଏହାକୁ ସେହିପରି ଯତ୍ନ ସହକାରେ ସଫା କରିବା ଜରୁରୀ।

ଅନ୍ୟ ଓଜନିଆ ଅଳଙ୍କାରଗୁଡିକ ସହିତ ଏହାକୁ ନରଖି ଅଲଗା ରଖନ୍ତୁ। କୌଣସି ସୁରକ୍ଷିତ ସ୍ଥାନରେ ଝୁଲାଇ ରଖିଲେ ଏଗୁଡିକ ସୁରକ୍ଷିତ ରହିବ।

ପର ଅଳଙ୍କାର ପିନ୍ଧି ବାହାରକୁ ଯାଇଥିଲେ ଫେରିବା ପରେ, ଏହା କେମିତି ରହିଛି ନିଶ୍ଚୟ ଦେଖନ୍ତୁ। ମାସକୁ ଥରେ ଏହା ସଫା କରାଯାଇପାରେ।

prayash

ଯଦି କୌଣସି କାରଣରୁ ଏହା ଓଦା ହୋଇଯାଏ, ତେବେ ଚିନ୍ତା କରନ୍ତୁ ନାହିଁ। ବ୍ଲୋ ଡ୍ରାୟରକୁ କମ୍‍ ସ୍ପିଡରେ ସେଟ୍‍ କରି ପରଗୁଡିକୁ ଶୁଖାଇ ଦିଅନ୍ତୁ।

ଡ୍ରାୟର ନଥାଏ ତେବେ କପଡାରେ ପୋଛି ଶୁଖାଇବାର ଚେଷ୍ଟା କରନ୍ତୁ ନାହିଁ। ଏପରି କଲେ ଏହା ଖରାପ ହୋଇଯାଇପାରେ। ଏହାକୁ ଆପେ ଶୁଖିବାକୁ ଦିଅନ୍ତୁ।

 

Leave A Reply