କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ପ୍ରାଣକେନ୍ଦ୍ର କୁହା ଯାଉଥିବା ପମ୍ପୁ ତଲାବ(ବନ୍ଧ) ଦୁର୍ନୀତି ଉପରେ ଓଡ଼ିଶା ହାଇକୋର୍ଟ ବ୍ରକ୍ତିଗତ ଭାବେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଦୁଇ ମାସ ଭିତରେ ତଦନ୍ତ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଟେଣ୍ଡର ପାଇଥିବା ଅଞ୍ଚଳର ଜନୈକ ଠିକାଦାରଙ୍କୁ ୨୦୧୭ରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ କଣ୍ଟାବାଞ୍ଜିର ପମ୍ପୁ ତଲାବର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅଢେଇ କୋଟି ଟଙ୍କାର କାମ ଦିଆ ଯାଇଥିଲା । ଯେହେତୁ ଏହି ବନ୍ଧଟି ରେଳ ବିଭାଗର, ତେଣୁ ରେଳ ବିଭାଗ ତରଫରୁ ଅନୁମତି ଦିଆ ଯାଇ ନ ଥିବାରୁ କିଛି କାମ କଲା ପରେ ବନ୍ଦକରି ଦିଆଯାଇଥିବା ଆବେଦନ କାରୀ ଅଭିଯୋଗ କରିଥିଲେ। ପରେ ଠିକାଦାର ଓ କିଛି ସ୍ଥାନୀୟ ନେତାମାନେ ମିଥ୍ୟା ବିଲ କରି ଅବଶିଷ୍ଟ ଟଙ୍କା ହଡପ କରି ଦେଲେବୋଲି, ସୂଚନା ଅଧିକାର ବଳରେ ତଥ୍ୟ ଜାଣିବାକୁ ପାଇଥିଲେ, ଏବଂ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଯୋଗ କରିଥିଲେ।
ଅନ୍ୟପଟେ ଏହି ବନ୍ଧର ଜଳସ୍ତର କମି ଯିବାରୁ କଣ୍ଟାବାଞ୍ଜି ସହରରେ ଘୋର ଜଳ ସଂକଟ ଦେଖା ଦେଲା । ଏ ବାଦରେ କଣ୍ଟାବାଞ୍ଜିର ଜନସାଧାରଣ ଅନେକ ଥର ଆନ୍ଦୋଳନ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜଣାଇ ଆସୁଥିଲେ, କିନ୍ତୁ କିଛି ପଦକ୍ଷେପ ନିଆ ଗଲା ନାହିଁ । ୨୦୧୨ରେ କଣ୍ଟାବାଞ୍ଜିର ଜନସାଧାରଣଙ୍କ ତରଫରୁ ଆମ୍ ଆଦମୀ ପାର୍ଟିର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରଜୁ କରି ଥିଲେ। ଅଦାଲତର ତିନିମାସ ଭିତରେ ଦରଖାସ୍ତ କାରୀଙ୍କର ଆବେଦନ ଉପରେ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଲେ କିନ୍ତୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିର କରିବାରୁ ଶ୍ରୀ ବେହେରା ଅଦାଲତ ଅବମାନନାକୁ ଭିତ୍ତି ପୁନର୍ବାର ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରି ଥିଲେ। ମାମଲାର ଶୁଣାଣି କରି କୋର୍ଟ ବ୍ୟକ୍ତିଗତ ଭାବରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଂଜନ ରାଉତଙ୍କୁ ଦୁଇମାସ ଭିତରେ ଶୁଣାଣି କରିବାକୁ ଗତ ୨୧ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବନ୍ଧ ପୁନରୁଦ୍ଧାରକୁ ନେଇ ରାଜନୀତି ଜୋର ଧରିବାକୁ ଲାଗିଛି ହେଲେ କାମ କିଛି ନ ହେବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ଏଣୁ ଅତିଶୀଘ୍ର ବନ୍ଧର ପୁନରୁଦ୍ଧାର କରିବାକୁ କଣ୍ଟାବାଞ୍ଜି ର ଜନସାଧାରଣଙ୍କ ତରଫରୁ ଦୃଢ ଦାବି ହୋଇଛି ।
Comments are closed.