www.samajalive.in
Tuesday, December 9, 2025
16.1 C
Bhubaneswar

ଗରମ ଡାଲି ପଡ଼ି ଛାତ୍ର ଗୁରୁତର

ପଦ୍ମପୁର: ରାୟଗଡ଼ା ଜିଲା ପଦ୍ମପୁର ଡେରିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ଡେରିଙ୍ଗା ସ୍କୁଲର ୪୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସରେ ରାତ୍ରି ଭୋଜନରେ ପିଲାଙ୍କୁ ଡାଲି ନେଇ ବାଣ୍ଟିବା ସମୟରେ ପଞ୍ଚମ ଶ୍ରେଣୀ ଛାତ୍ର ମାନସ ଶବରଙ୍କ ଗୋଡ଼ ଉପରେ ଡାଲି ପଡ଼ିଯାଇ ଛାତ୍ର ଗୁରୁତର ହୋଇଛନ୍ତି। ବୁଧବାର ରାତି ୮ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗୁରୁବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଅଧିକ ଗୁରୁତର ହେବାରୁ ଛାତ୍ରଙ୍କୁ ରାୟଗଡ଼ା ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଥିବା ପଦ୍ମପୁର ମେଡିକାଲର ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ, ବ୍ଲକ ମଙ୍ଗଳ ଅଧିକାରୀ ସୁସ୍ମିତା ରଥ, ସ୍କୁଲର ପ୍ରଧାନଶିକ୍ଷକ ଭୁବନାନନ୍ଦ ଖାଡଙ୍ଗା ପହଞ୍ଚିଛନ୍ତି। ଏପଟେ ଏହି ଘଟଣାକୁ ନେଇ ପିଲାଙ୍କ ହାତରେ ଡାଲି ଦେବାକୁ କିଏ କହିଲା ବୋଲି ପଚାରିଛନ୍ତି ଛାତ୍ରଙ୍କ ମାଆ। ସ୍କୁଲର ଶିକ୍ଷକଙ୍କ ଖାମଖିଆଲ ନୀତି ଯୋଗୁ ଏପରି ହୋଇଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories