www.samajalive.in
Monday, December 8, 2025
14.1 C
Bhubaneswar

ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟଜଳ ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ଵର : ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକଳାପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା । ପ୍ରାରମ୍ଭରେ ଗୃହ ନିର୍ମୋଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ସାରଦା ପଣ୍ଡା ଏହି ଦିବସର କାର୍ଯ୍ୟସୂଚୀ ସ୍ଥିର କରି ଲକ୍ଷ୍ୟ, ପ୍ରଗତି ଓ ସମ୍ଭାବ୍ୟ ପ୍ରତିବନ୍ଧକଗୁଡ଼ିକର ଆକଳନ ପାଇଁ ବିଚାର ବିମର୍ଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟଦକ୍ଷତା ଭିତ୍ତିକ କାର୍ଯ୍ୟ ପଦ୍ଧତି ଆଡକୁ ପରିବର୍ତ୍ତନ କରିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ ମୁକ୍ତା ପ୍ରଫେସନାଲମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା କୌଣସି ସମସ୍ୟାକୁ ଚିହ୍ନଟ କରିବା ଏବଂ ସମାଧାନ କରିବାକୁ ଅନୁରୋଧ କରିଥିଲେ । ସେ କହିଲେ ଯେ ଆମେ ଶାସନର ୫-ଟି ଆଦେଶ ଅନୁଯାୟୀ ପରିବର୍ତ୍ତନଶୀଳ ସହରୀ ପଦକ୍ଷେପ ପାଇଁ କାର୍ଯ୍ୟ କରୁଛୁ । କାର୍ଯ୍ୟଦକ୍ଷତା ଭିତ୍ତିକ ପରିଚାଳନା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସିବିଓଙ୍କ ସହ ସମ୍ପୃକ୍ତି ଏବଂ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହିତ ମୁକ୍ତା ପ୍ରଫେସନାଲମାନଙ୍କୁ ମୂଲ୍ୟବାନ ବୁଝାମଣା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

- Advertisement -

ବିଭାଗୀୟ ସ୍ବତନ୍ତ୍ର ସଚିବ ତଥା ଅମୃତ ଯୋଜନାର ମିଶନ ନିର୍ଦେଶିକା ସାଗରିକା ପଟ୍ଟନାୟକ ‘ଆମ ପୋଖରୀ’ ଯୋଜନା ସମ୍ପର୍କରେ କହିଥିଲେ। ଗତ ଜୁଲାଇ ୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୧୧୫ଟି ପୌରସଂସ୍ଥାର ପ୍ରାୟ ୨୦ ଜଳାଶୟ ପୁନରୁଦ୍ଧାର କରାଯିବ। ବର୍ତ୍ତମାନ ସୁଦ୍ଧା ୧୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬୫ଟି ଜଳାଶୟ ପାଇଁ ଡିପିଆରକୁ ସରକାର ଅନୁମୋଦନ କରିଛନ୍ତି ଏବଂ ସହରାଞ୍ଚଳ ପରିବର୍ତ୍ତନ ପାଇଁ ରାଜ୍ୟର ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ମୁକ୍ତା ପ୍ରଫେସନାଲମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଏସଡି ସଞ୍ଜୟ ପରମାଣିକ, ଅତିରିକ୍ତ ଶାସନ ସଚିବ ରବୀନ୍ଦ୍ର ସାହୁ, ଇଆଇସି ଓଡବ୍ଲ୍ୟୁଏସ୍ଏସବି ପ୍ରଶାନ୍ତ କୁମାର ମହାପାତ୍ର, ଡବ୍ଲ୍ୟୁଆରଆଇ ଉପଦେଷ୍ଟା ଇଂ ଦେବସୁନ୍ଦର ମହାପାତ୍ର, ଓଡ଼ିଶା ସହରାଞ୍ଚଳ ଏକାଡେମୀର ନିର୍ଦେଶକ ଡ. ଶାନ୍ତନୁ ରଥ ପ୍ରମୁଖ କାର୍ଯ୍ୟାନ୍ଵୟନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ୧୦୦% ଏମଏସଜି ଲିଙ୍କେଜ୍, ମୁକ୍ତାରେ ଜଳାଶୟ ନଥିବା, ମୁକ୍ତାରେ କୌଣସି ଭେଣ୍ଡିଂ ଜୋନ୍ ନଥିବା, ଏକ ବର୍ଷ ପାଇଁ ସୁବିଧାର ୧୦୦% ରକ୍ଷଣାବେକ୍ଷଣ, ଗୋଷ୍ଠୀ ଭିତ୍ତିକ ସଂଗଠନ (ସିବିଓ)କୁ ଆକଳନ ବାଣ୍ଟିବା ଏବଂ ବୁଝାଇବା, ସିବିଓମାନଙ୍କୁ ସହାୟତା ପ୍ରଦାନ, ଠିକ୍ ସମୟରେ ଦେୟ ପ୍ରଦାନ ଏବଂ ମୁକ୍ତା ଅଧୀନରେ ଶୂନ୍ୟ ସହନଶୀଳତା ଭଳି ହସ୍ତକ୍ଷେପଗୁଡ଼ିକର ଫଳପ୍ରଦତା ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କ ଅଭିଭାଷଣରେ ମୁକ୍ତା ପ୍ରଫେସନାଲଙ୍କ ଅଭିନବ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ବିଭିନ୍ନ ମାଧ୍ୟମରେ ସହରାଞ୍ଚଳର ଦକ୍ଷତା ଓ ସମ୍ବଳ ର ଉନ୍ନତି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ମୁକ୍ତା ହେଉଛି ସରକାରଙ୍କ ଅନ୍ୟତମ ଫ୍ଲାଗସିପ୍‍ କାର୍ଯ୍ୟକ୍ରମ । ଭବିଷ୍ୟତରେ ଉଚ୍ଚ ପ୍ରଦର୍ଶନ କରୁଥିବା ପେସାଦାରଙ୍କ ପାଇଁ ପୁରସ୍କାର ସଂରକ୍ଷିତ ରହିବ ଏବଂ ଅଣପ୍ରଦର୍ଶନକାରୀଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଅଧିକାରୀ, ସମସ୍ତ ୧୧୪ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ମୁକ୍ତା ପ୍ରଫେସନାଲ୍ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀ ଓ ପରାମର୍ଶଦାତା ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories