ଭାରତୀୟଙ୍କ ସହ ଅନଲାଇନ ଠକେଇ ୨୫% ବଢିଛି

0

ନୂଆଦିଲ୍ଲୀ : ଭାରତ ଡିଜିଟାଲ ଇଣ୍ଡିଆ ଆଡକୁ ବଢିଚାଲିଛି। ହେଲେ ଅନଲାଇନ ଇ-ବେପାରରେ ସାମିଲ ହେଉଥିବା ଭାରତୀୟ ଅଧିକ ଠକେଇର ଶିକାର ହେଉଛନ୍ତି। ଅନ୍ତର୍ଜାତୀୟ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ‘ଏକ୍ସପେରିୟନ’ ରିପୋର୍ଟ ଅନୁସାରେ ପ୍ରତି ୪ ଭାରତୀୟଙ୍କ ମଧ୍ୟରୁ ଜଣେ ଠକେଇର ଶିକାର ହେଉଛି। ରିପୋର୍ଟ ଅନୁସାରେ ଭାରତୀୟ ଅନଲାଇନ୍‍ ଇ ବେପାରେ ଅଧିକ ସକ୍ରିୟ ହେବା ପରେ ଠକେଇ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଅନଲାଇନ ଆର୍ଥିକ କାରବାର ଠକେଇ ୨୫% ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ଅନଲାଇନ ଆର୍ଥିକ କାରବାର କ୍ଷେତ୍ରରେ ଠକେଇର ଶିକାର ହେଉଛନ୍ତି। ୨୪% ଭାରତୀୟ ଅନଲାଇନ ନେଣଦେଣ ସମୟରେ ସିଧାସଳଖ ଠକେଇର ଶିକାର ହେଉଛନ୍ତି। ଟେଲିକମ ୫୭%, ବ୍ୟାଙ୍କ ୫୪% ଓ ଖୁଚୁରା ବ୍ୟବସାୟ କ୍ଷେତ୍ରଗୁଡ଼ିକ ୪୬% ଠକେଇର ଶିକାର ହେଉଛନ୍ତି। ୫୦% ଭାରତୀୟ ବ୍ୟାଙ୍କ ଏବଂ ୩୦% ଭାରତୀୟ ବ୍ରାଣ୍ଡେଡ୍‍ ରିଟେଲରଙ୍କ ସହ ତଥ୍ୟ ଆଦାନ ପ୍ରଦାନ କ୍ଷେତ୍ରରେ ଅତି ସହଜ ମନେ କରିଥାନ୍ତି। ପ୍ରାୟ ୬୫% ଭାରତୀୟ ମୋବାଇଲ ଯୋଗେ ଅନଲାଇନ ଆର୍ଥିକ କାରବାର କରିଥାନ୍ତି। ମାତ୍ର ୬% ଭାରତୀୟ ସେବା ପ୍ରଦାନକାରୀ ସଂସ୍ଥା ଉପରେ ନଜର ରଖିଥାନ୍ତି। ତେବେ ଜାପାନର ୮% ଲୋକ ସେବା ପ୍ରଦାନକାରୀ ସଂସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି।

Leave A Reply