www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ କ’ଣ ରହିଛି ପିଆଜର ଔଷଧୀୟ ଗୁଣ

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ପିଆଜର ବହୁ ଔଷଧୀୟ ଗୁଣ ରହିଛି। ପିଆଜରେ କ୍ୟାଲସିୟମ ଓ ଭିଟାମିନ ବି ପର୍ଯ୍ୟାପ୍ତ ମାତ୍ରାରେ ରହିଛି।
ପିଆଜ ଜୀବାଣୁ ରୋଧୀ, ଯନ୍ତ୍ରଣା ଦୂର କରିବା, ମଧୁମେହକୁ ନିୟନ୍ତ୍ରଣ କରିବା, ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଦୂର କରୁଥିବା ମହୌଷଧି ଅଟେ। ଏହାର ବ୍ୟବହାର କରି ଅନ୍ୟ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ। ଜାଣନ୍ତୁ ପିଆଜର ଔଷଧୀୟ ଗୁଣ ବିଷୟରେ ….
ପିଆଜ ରସରେ ଗୁଡ଼ ମିଶାଇ କିମ୍ବା ମହୁ ମିଶାଇ ପିଇବା ଦ୍ୱାରା ଥଣ୍ଡା, କାଶ ଜନିତ ସମସ୍ୟା ଦୂର ହୋଇଥାଏ।
ଯଦି କୌଣସି କାରଣରୁ ନାକରୁ ରକ୍ତ ବାହାରୁ ଥାଏ ତେବେ ପିଆଜ ରସ ମହୌଷଧି ପରି କାର୍ଯ୍ୟ କରିଥାଏ। ଏପରି ସମୟରେ ନାକରେ ପିଆଜ ରସ ପକାଇବା ଦ୍ବାରା ସେଥିରୁ ମୁକ୍ତି ମିଳିଥାଏ।
କାନ ଯନ୍ତ୍ରଣା ହେଉଥିଲେ ପିଆଜର ରସକୁ ଗରମ କରି ପକାନ୍ତୁ। ଏପରି କରିବା ଦ୍ୱାରା କାନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ପିଆଜ ରସରେ ସାମାନ୍ୟ ଲୁଣ ପକାଇ ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ଦୂର ହୋଇଥାଏ।
ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ହେଉଥିଲେ, ପିଆଜର ରସକୁ ଲଗାନ୍ତୁ। ଏପରି କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ପିଆଜ ମଞ୍ଜିର ଚାହା ପିଇବା ଦ୍ୱାରା ଅନିଦ୍ରା ଜନିତ ସମସ୍ୟା ଦୂର ହୋଇଥାଏ।
ଆବଶ୍ୟକ ପରିମାଣରେ ପିଆଜ ଖାଦ୍ୟରେ ଖାଇଲେ, କର୍କଟ ଭଳି ମାରାତ୍ମକ ରୋଗରୁ ଯଥା ସମ୍ଭବ ମୁକ୍ତି ମିଳିଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories