ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା !
ସମାଜ ଡିଜିଟାଲ ଡେସ୍କ: ଯୌତୁକ ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲା ସେମିଳିଗୁଡ଼ା ଥାନା ଅନ୍ତର୍ଗତ ବେହେରାଗୁଡ଼ା ଅଞ୍ଚଳରେ ଏଭଳି ସ୍ପର୍ଶକାତର ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ମହିଳାଙ୍କ ବାପ ଘର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
Comments are closed.