ମାନସିକ ବିକୃତ ବୃଦ୍ଧାଙ୍କୁ ଥଇଥାନ କରାଇଲେ ରାଜୁ ଭାଇ
ଲଡୁଗାଁ : ଦୁନିଆରେ ଏମିତି ବହୁତ କମ ଲୋକ ଜନ୍ମ ହୋଇଥାନ୍ତି, ଯୋଉଁମାନେ ନିଜ ପରିବାର କଥା ବୁଝି ସାରି ଅନ୍ୟ ମାନଙ୍କ ପାଇଁ ମଧ୍ୟ ସମୟ ବାହାର କରିଥାନ୍ତି। ସେ ହସ୍ପିଟାଲରେ ପଡ଼ିଥାଉ, କି କୋଉ ଗାଁରେ କାହାର ଘର ପୋଡିଗଲା, କିଏ ଖାଇବାକୁ ପାଉନି, କାହାର ମେଡିକାଲ ଅସୁବିଧା, ସବୁବେଳେ ପାଖରେ ଛିଡା ହୋଇ ଥାଆନ୍ତି କୋକସରା ବ୍ଲକ ଲଡୁଗାଁ ବାସିନ୍ଦା ରାଜୀବ ଅଗ୍ରୱାଲ।
ସମାଜସେବା କ୍ଷେତ୍ରରେ ସବୁବେଳେ ତତ୍ପର ଥିବା ରାଜୁ ଭାଇଙ୍କ ଜୀବନରେ ବ୍ଲକ ଉପାଧ୍ୟକ୍ଷ ଭାବେ ଏବେ ଯୋଡ଼ି ହୋଇଛି ସେବାର ଆଉ ଏକ ଫର୍ଦ୍ଦ । ଦିନରାତି ଯେତେବେଳେ ଯେଉଁଠି ବି ପହଞ୍ଚି ଯାଇଥାନ୍ତି । ଦୁଆର ମୁହଁରେ ଆସୁଥିବା ଲୋକଙ୍କୁ କାହାକୁ ନିରାଶ କରି ନଥାନ୍ତି। ସେ ନିଜ ସାଧ୍ୟମତେ ସାହାଯ୍ୟର ହାତ ବଢାଇ ଦିଆନ୍ତି ଖୁସିରେ ଖୁସିରେ । ପଚାରିଲେ କୁହନ୍ତି ଭଗବାନ ତ ଦେଉଛନ୍ତି । ଅନ୍ୟମାନଙ୍କ ପାଇଁ ସାହାଯ୍ୟ କଲେ କଣ ସାରିଯିବ। ବରଂ ଭଗବାନ ତୁମ ଉପରେ ଖୁସିହେବେ। ସେ ସେଇ ଗୋଟେ କଥା କୁହନ୍ତି ,ଯେତିକି ପାରିବ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଠା କର,ଦେଖିବ ସେମାନଙ୍କର ଆଶୀର୍ବାଦ ଭଲପାଇବା ତୁମ ପାଇଁ ତଥା ତୁମ ପରିବାର ପାଇଁ କେତେ ମଙ୍ଗଳ ହେବ।
ତେବେ ଜଣେ ଅସହାୟ ମାନସିକ ବିକୃତ ବୃଦ୍ଧା ମହିଳା କୁଆଡୁ ଆସି ଦୀର୍ଘ ମାସ ହେବ କୋକସରା ଜାତୀୟ ରାଜପଥ କଡରେ ଅବହେଳିତ ଓ ଅସଞ୍ଜତ ଅବସ୍ଥାରେ ପଡ଼ି ରହିଥିଲେ। ସେ କିଏ ? କୋଉଠୁ ଆସିଛନ୍ତି ? କିଛି ଜଣାପଡ଼ିଲା ନାହିଁ । ଶୁକ୍ରବାର ରାଜୀବ କୁମାର ଅଗ୍ରୱାଲ ବ୍ଲକକୁ ଆସିବା ବାଟରେ କଲେଜ ଛକ ନିକଟରେ ମାନସିକ ବିକାର ବୃଦ୍ଧା ମହିଳା ଜଣକ ତାଙ୍କ ଗାଡି ସାମନାକୁ ଆସି କିଛି ଖାଇବାକୁ ମାଗିଥିଲେ । ସେ ଗାଡିରୁ ଓହ୍ଲାଇ ତାଙ୍କ ସହଯୋଗୀଙ୍କ ସାହାଯ୍ୟରେ ମହିଳାଙ୍କୁ ବ୍ଲକ ପ୍ରଶାସନକୁ ଜଣାଇଥିଲେ। ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କୁ ଚିଠି କରିବା ପରେ ମାନସିକ ବିକାର ବୃଦ୍ଧା ମହିଳାଙ୍କୁ ଆଶା କର୍ମୀ ଯାଜ୍ଞସେନୀ ମହାନ୍ତି, ସସ୍ମିତା ବାଗ, ଯୁବ ସାମ୍ବାଦିକ କିଶନ କୁମାର ପଟ୍ଟନାୟକ ଓ ମହିଳା ହୋମ ଗାର୍ଡ ଭୂମି ବେମାଲଙ୍କ ସହାୟତାରେ ଧର୍ମଗଡ଼ ଠାରେ ଥିବା ଥଇଥାନ ଗୃହରେ ନେଇ ଛାଡି ଆସିଛନ୍ତି ।
Comments are closed.