ଫୁଲବାଣୀ: ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ କରୋନେସନ୍ ପଡ଼ିଆରେ ଉଦଘାଟନ ହୋଇଯାଇଛି। ଉଦଘାଟକ ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ଜେନା, ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସନ୍ତୋଷ କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ. ଚନ୍ଦ୍ରଶେଖର ଦାସ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ତୀର୍ଥ ଜାନୀ ସଭାପତିତ୍ବ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରେସ କ୍ଲବର ସଭାପତି ସାମ୍ବାଦିକ ସୁନୀଲ ପଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପ୍ରକାଶ ପାଉଥିବା ସ୍ମରଣୀକା, ‘ବନଜ୍ୟୋସ୍ନା‘ ଏବଂ ଡଃ କାହ୍ନୁଚରଣଙ୍କ ସଙ୍କଳନ ପୁସ୍ତକ ‘ସମୟର ସ୍ବୟମ୍ଭର‘ ନମସ୍ତେ ଓ ‘ବିପ୍ଲବର ମହାନାୟକ ନେତାଜୀ ସୁଭାଷ‘ ଉନ୍ମୋଚିତ ହୋଇଥିଲା।
Popular Categories



