BJD Bijuli 480×75 Mob

୬ ପୂର୍ବରୁ ତାତିରୁ ନିସ୍ତାର ନାହିଁ, ୪୫ ଡ଼ିଗ୍ରୀ ସହ ଆଜି ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର

BJD Bijuli 480×75 Mob

ଡେସ୍କ: ରାଜ୍ୟର ଅଧିକାଂଶ ଅଂଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା ଯୋଗୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା।

ଯୋୖନ ନିର୍ଯାତନା ଭିଡିଓ ମାମଲା – ବିଜେପି ସମର୍ଥିତ ସାଂସଦ ପ୍ରାର୍ଥୀ ପ୍ରଜ୍ଜ୍ୱଲ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବା ସମ୍ଭାବନା ରହିଛି। ଆଗାମୀ ୨ଦିନ ପରେ ଉପକୂଳ ଓଡିଶାରେ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ମେ’ ୬ ପରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ କମ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମେ’ ୫ରେ ନିଟ୍ ୟୁଜି ପରୀକ୍ଷା, ଆସିଲା ହଲ୍ ଟିକେଟ୍

Comments are closed.