www.samajalive.in
Saturday, December 6, 2025
14.1 C
Bhubaneswar

ଖଲ୍ଲିକୋଟ ହିଂସା ଘଟଣା ତଦନ୍ତ କରିବ ଏସଆଇଟି

ଭୁବନେଶ୍ୱର: ଖଲ୍ଲିକୋଟ ରାଜନୈତିକ ହିଂସାକାଣ୍ଡ ଘଟଣାର ହେବ ଏସଆଇଟି ତଦନ୍ତ। ଏନେଇ ପୁଲିସ ଡିଜି  ଅରୁଣ ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବ। ମାମଲାରେ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଘଟଣାରେ ତଦନ୍ତ କରି ୩୦ଦିନ ମଧ୍ୟରେ ଚାର୍ଜସିଟ୍‌‌ ଦାଖଲ କରିବ ଏସଆଇଟି। ଛତ୍ରପୁରରେ ଜଣେ ଏଡିଜି ରହି ଆଇନଶୃଙ୍ଖଳା ଉପରେ ନଜର ରଖିବେ। ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନଶୃଙ୍ଖଳା ତଦାରଖ କରିବେ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି। ଖଲ୍ଲିକୋର୍ଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ଜଣଙ୍କ ଜୀବନ ଯାଇଥିବା ବେଳେ ଗତକାଲି ୧୪୪ ଧାରା ଜାରି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories