www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପି ଆସିଲେ ବିକାଶ ହେବ: ହେମାମାଳିନୀ

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ । ରାଜଧାନୀ ଭୁବନେଶ୍ବର ସାଲିଆସାହିରେ ଅନୁଷ୍ଠିତ ସମାବେଶରେ ଯୋଗଦେଇ ଡ୍ରିମଗର୍ଲ ବିଜେପି ସରକାରରେ ହୋଇଥିବା ବିକାଶର ଗାଥା ବଖାଣିଛନ୍ତି । ଓଡ଼ିଶାରେ ଦୁର୍ନୀତି ବଢିଛି, ବିଜେପି ସରକାର ଆସିଲେ ହିଁ ବିକାଶ ହେବ ବୋଲି ସେ କହିଛନ୍ତି ।

ନାକଟିଦେଉଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର; ‘ଶପଥଗ୍ରହଣ ପରେ ପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣାରେ ଦସ୍ତଖତ କରିବି’

- Advertisement -

ସାଲିଆ ସାହିରେ ଆଶୀର୍ବାଦ ସମାବେଶରେ ଯୋଗଦେଇ ରାଧେ ରାଧେ କହି ନିଜ ଭାଷଣ ଆରମ୍ଭ କରିଥିଲେ ହେମା । ମହିଳାଙ୍କୁ ବିକାଶର ସ୍ବପ୍ନ ଦେଖାଇବା ସହ ଡବଲ ଇଞ୍ଜିନ ସରକାର ହେଲେ ମହିଳାମାନେ ଆତ୍ମନିର୍ଭର ଶୀଳ ହୋଇପାରିବେ ବୋଲି ସେ କହିଥିଲେ । ଅନ୍ୟ ସରକାରରେ କେବଳ ଦୁର୍ନୀତି ବଢିଛି କିନ୍ତୁ ବିଜେପି ସରକାର ଆସିଲେ ବିକାଶ ହେବ, ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମିଳିବ ବୋଲି ସେ କହିଛନ୍ତି । ମଥୁରାରେ ବିଜେପି ସରକାରଙ୍କ ସହାୟତାରେ ସେ ସାଂସଦ ହୋଇ ଜନସାଧାରଣଙ୍କ ପାଇଁ ଅନେକ କିଛି କରିପାରିଛନ୍ତି ଏବଂ ଓଡ଼ିଶାରେ ମଧ୍ୟ ମହିଳାଙ୍କୁ ସୁବି ସୁବିଧା ସୁଯୋଗ ମିଳିବା ଉଚିତ୍ ବୋଲି ସେ କହିବା ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଭୋଟ୍ ଦେଇ ଜିତାଇବା ପାଇଁ କହିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories