www.samajalive.in
Saturday, December 13, 2025
21.1 C
Bhubaneswar

ହନୁମାନ ମନ୍ଦିରରୁ ଚୋରୀ ସାମଗ୍ରୀ ଉଦ୍ଧାର

ପାଟଣା: ପାଟଣା ବ୍ଲକ ସ୍ବାମଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଚୋର ତାଲା ଭାଙ୍ଗି ମନ୍ଦିର ଭିତରୁ ଠାକୁରଙ୍କ ପୂଜା ସାମଗ୍ରୀ, ସହ କିଛି ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଶୁକ୍ରବାର ସକାଳୁ ମନ୍ଦିର ପୂଜକ ଜିତେନ୍ଦ୍ର ମିଶ୍ର ପୂଜା କରିବାକୁ ଯାଇଥିବା ବେଳେ ଚୋରି ହୋଇଥିବା ଜାଣି ପୁଲିସକୁ ଖବର ଦେଇଥିଲେ। ତେବେ ଗୁରୁବାର ରାତି ୩ଟାରେ ପାଟଣା ପୁଲିସ ପକ୍ଷରୁ ଏଏସ୍‌ଆଇ ନୁଆସ ଲୁଗୁନଙ୍କ ନେତୃତ୍ୱରେ ୨୨୦ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ ସମୟରେ ଡିଆନାଳି ନାରାୟଣୀ ରାଇସ୍‌ ମିଲସ୍‌ ସମ୍ମୁଖରେ ରାସ୍ତାରେ ଜଣେ ସନ୍ଦିଗ୍ଧ ବାଇକ ଚାଳକଙ୍କୁ ପିଛା କରିଥିବା ବେଳେ ସେ ବାଇକ୍‌ ଛାଡ଼ି ଅନ୍ଧାରରେ ଫେରାର ହୋଇଯାଇଥିଲେ। ପୁଲିସ ବାଇକକୁ ଜବତ କରିବା ସହ ବାଇକରେ ଥିବା ୨ ଝୁଲାରୁ ଠାକୁରଙ୍କ ପୂଜାରେ ଲାଗୁଥିବା ପିତ୍ତଳ ବାସନ, ସୁନା ପଦକ, ଘଣ୍ଟ, ବାଲଟି, ପିତ୍ତଳ ପରାତ ଆଦିକୁ ଜବତ କରି ଥାନାକୁ ଆଣିଥିଲେ। ଚୋରିରେ ବ୍ୟବହୃତ ହୋଇଥିବା ବାଇକ୍‌ ଜବତ କରି ଚୋରି ସାମଗ୍ରୀକୁ ଥାନାଧିକାରୀ ଉଦୟବୀର କୁଲୁ ଶୁକ୍ରବାର ସକାଳୁ ଜବତ ସାମଗ୍ରୀ ଗୁଡ଼ିକୁ ମନ୍ଦିର କମିଟିର ସଭାପତି ଓମ୍‌ ପ୍ରକାଶ ପରିଡ଼ା, ବୀରମୋହନ ଦ୍ବିବେଦୀ, ପୂଜକ ଜିତେନ୍ଦ୍ର ମିଶ୍ର ଓ ଅଲେଖ ତ୍ରିପାଠୀଙ୍କୁ ଦେଖାଇଥିଲେ। ସାମଗ୍ରୀ ଗୁଡ଼ିକ ମନ୍ଦିରର ବୋଲି ମନ୍ଦିର ପରିଚାଳନା କମିଟି ଚିହ୍ନଟ କରିବା ପରେ ସେଗୁଡିକ ପୁଲିସ ଠାରୁ ଫେରି ପାଇଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories