www.samajalive.in
Tuesday, December 9, 2025
15.1 C
Bhubaneswar

ଶଶିକାଦେଇପୁର ଡକାୟତି ଘଟଣା: ୧.୨କେଜି ରୂପା, ୨ଟି ମୋଟରସାଇକେଲ, ୪ଟି ମୋବାଇଲ ଏବଂ ଏକ ପିସ୍ତଲ ସହ ୪ଟି ଗୁଳି ଜବତ

ଧାମରା : ବାଂଶଡା ଥାନା ଅଧିନ ଶଶିକାଦେଇପୁର ଠାରେ ଗତ ୨ନଭେମ୍ବରରେ ହୋଇଥିବା ଏକ ଡକାୟତି ଘଟଣାର ତଦନ୍ତ କରି ବାଂଶଡା ପୁଲିସକୁ ଏକ ସଫଳତା ମିଳିଛି। ପ୍ରାପ୍ତ ଖବର ଅନୁଯାଇ ୫/୬ଜଣ ଡକାୟତ ଶଶିକାଦେଇପୁରର ବିଜୟ ନାୟକଙ୍କ ଘରେ ପଶି ସେମାନଙ୍କ ପରିବାରକୁ ପିସ୍ତଲ ଏବଂ ଏକ ଖଣ୍ଡା ଦେଖାଇ କିଛି ସୁନା, ରୂପା ଏକ ମୋଟର ସାଇକେଲ ଏବଂ ମୋବାଇଲ ଫୋନ ଲୁଟି ନେଇଥିଲେ। ଭଦ୍ରକ ଏସପିଙ୍କ ନିର୍ଦେଶରେ ଏହି ଘଟଣାକୁ ତଦନ୍ତ କରିବା ଦାୟିତ୍ୱ ବାଂଶଡା ଥାନାଧିକାରୀ ଏବଂ ଧାମରା ଥାନାଧିକାରୀଙ୍କ ଦିଆଯାଇଥିଲା। ଧାମରା ଏବଂ ବାଂଶଡା ଥାନାଧିକାରୀ ୨ଟି ଟିମ ଗଠନ କରି ଏହି ଘଟଣାର ତଦନ୍ତ ଚଳାଇଥିଲେ। ଏହି ସମସ୍ତ ଘଟଣାରେ ଗୋଟିଏ ନୁହେଁ ଏକାଧିକ ଗ୍ୟାଙ୍କ ସଂପୃକ୍ତି ଥିବା କଥା ଜଣାଯାଇଛି।

ଏହି ଡକାୟତ ଗ୍ୟାଙ୍ଗ ପାଖରେ କେତେକଣ ମାରଣାତ୍ସ ଅଛି ତାହାର ତଦନ୍ତ ଚାଲିଛି ଏବଂ ଏହି ଡକାୟତ ମାନେ କେଉଁଠୁ ଏହି ପିସ୍ତଲ ଆଣୁଛନ୍ତି ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇଛି। ସଂପୃକ୍ତ ଡକାୟତ ଗ୍ୟାଙ୍କ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ସଂଗ୍ରହ କରି ସ୍ଥାନୀୟ ଲୋକଙ୍କ ଗତିବିଧି କୁ ଆଧାର କରି ଡକାୟତି କରି ଆସୁଥିଲେ। ଗତକାଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ୩ଜଣ ଡକାୟତଙ୍କୁ ଧରି କୋର୍ଟରେ ଦାଖଲ କରିବା ପରେ ବାଂଶଡା ପୁଲିସ ପୁନଶ୍ଚ ସେମାନଙ୍କୁ ରିମାଇଣ୍ଡରରେ ଅଣିଥିଲେ।

- Advertisement -

ସେମାନଙ୍କ ପାଖରୁ ଅଧିକ ତଥ୍ୟ ପାଇଁ ବାଂଶଡା ପୁଲିସ ରିମାଇଣ୍ଡରରେ ଆଣିଥିବା ଡକାୟତ ଏବଂ ଅଟକ ଥିବା ଅନ୍ୟ ଡକାୟତ ମାନଙ୍କୁ ମୁହାଁମୁହିଁ କରିବା ପରେ ବହୁ ତଥ୍ୟ ପୁଲିସର ହସ୍ତଗତ ହୋଇଛି। ଆଜି ବାଂଶଡା ଥାନାଧିକାରୀ ଦେବରାଜ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଜବତ କରିଥିବା ୧.୨କେଜି ରୂପା ଗହଣା, ୪ଟି ଆଣ୍ଡ୍ରଏଡ ମୋବାଇଲ ସେଟ, ୨ଟି ମୋଟରସାକେଲ ଏବଂ ଏକ ପିସ୍ତଲ ସହ ୪ଟି ଅଫୁଟା ଗୁଳି କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇ ଥିଲେ। ଆଜି ଗିରଫ ହୋଇଥିବା ସତ୍ୟଜିତ ନାୟକ(୨୩),ସୂରଜ ମଲିକ(୩୭) ଏବଂ ସଞୟ ଦାସଙ୍କ ସହ ଗତକାଲି ରିମାଇଣ୍ଡରରେ ଆଣିଥିବା ସୂର୍ଯ୍ୟକାନ୍ତ ନାୟକ(୨୨),ସର୍ବେଶ୍ୱର ନାୟକ(୨୮) ଏବଂ ସୁଶୀଲ ନାୟକ(୨୩) ଙ୍କୁ ଆଜି ଏମାନଙ୍କ ସହ କୋର୍ଟ ଚାଲାଣ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଆଜି ଗିରଫ ହୋଇଥିବା ସତ୍ୟଜିତଙ୍କ ଘରର ଭଦ୍ରକଜିଲ୍ଲା ବିଦେଇପୁରରେ ହୋଇଥିବା ବେଳେ ସୂରଜ ମଲିକଙ୍କ ଘର ସୋରୋ ଥାନା ଅର୍ନ୍ତଗତ ଅନନ୍ତପୁର ଠାରେ ଏବଂ ଶେଷ ଆସାମୀ ସଞୟ ଦାସଙ୍କ ଘର ଖଇରା ଥାନା ଅର୍ନ୍ତଗତ ତୁଡିଗଡ଼ିଆ ଗ୍ରାମରେ। ଏଥିସହ ସଂପକ୍ତ ଡକାୟତ ମାନେ ଡକାୟତି କରି ଆଣିଥିବା ସୁନାଗହଣାକୁ ବାସୁଦେବପୁର ଆକାଶ ଦାସ ଏବଂ ଘଂଟେଶ୍ୱର ର ଗହଣା ବ୍ୟବସାୟୀ ଶିବଶଙ୍କର ସାହୁଙ୍କୁ ବିକ୍ରି କରିଥିବା ଜଣାଯାଇଛି। ବାଂଶଡା ପୁଲିସ ଏହି ସୁନା ଗହଣା କ୍ରୟ କରିଥିବା ବ୍ୟବସାୟୀ ଏବଂ ଏମାନଙ୍କ ପାଖରୁ କ୍ରୟ କରିଥିବା ସାଧାରଣ ଜନତାଙ୍କୁ ମଧ୍ୟ ଥାନାକୁ ଡକାଇ ତଦନ୍ତ କରୁଛନ୍ତି ବୋଲି ଜଣାଇଥିଲେ। ଏହି ଡକାୟତ ଗ୍ୟାଙ୍ଗ ରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କ ନାମରେ ନାୟକାଣୀଡିହ ଥାନା, ଚାନ୍ଦବାଲି ଥାନା ଏବଂ ବାଂଶଡା ଥାନାରେ ଅଭିଯୋଗ ଥିବା କଥା ବାଂଶଡା ଥାନାଧିକାରୀ ଜଣାଇଛନ୍ତି। ଖୁବ ଶୀଘ୍ର ଏହି ଘଟଣାରେ ସଂପୃକ୍ତ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ପୁଲିସ ଯତପରୋନାସ୍ତି ଚେଷ୍ଠିତ ବୋଲି ନିଜ ପ୍ରତିକ୍ରିୟା ରଖିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories