www.samajalive.in
Saturday, December 6, 2025
26.1 C
Bhubaneswar

୨୮ ନଭେମ୍ବର ଠାରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ହରିୟାଣାରେ ଅନୁଷ୍ଠିତ ହେବ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ, ଷ୍ଟେଟ୍ ପାର୍ଟନର ଭାବେ ଯୋଗ ଦେବ ଓଡ଼ିଶା

ଭୁବନେଶ୍ୱର: ହରିୟାଣାର କୁରୁକ୍ଷେତ୍ରଠାରେ ଆସନ୍ତା ୨୮ ନଭେମ୍ବରଠାରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବରେ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ଯୋଗ ଦେଉଥିବା ବେଳେ ଓଡ଼ିଶା ପାର୍ଟନର ରାଜ୍ୟ ଭାବେ ଅଂଶଗ୍ରହଣ କରିବ । ଏହି ମହୋତ୍ସବ ଆସନ୍ତା ୨୮ ନଭେମ୍ବର ଠାରୁ ଆରମ୍ଭ ହୋଇ ୧୫ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସିଂ ସୈନୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ରାଷ୍ଟୀୟ ଗୀତା ମହୋତ୍ସବ ଚଳିତ ବର୍ଷ ଦୀର୍ଘ ୧୮ ଦିନ ଧରି ଆୟୋଜିତ ହେବ। ୨୦୨୩ ମସିହାରେ ହୋଇଥିବା ଗୀତା ମହୋତ୍ସବରେ ୪୫ ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିଲେ ଏବଂ ଚଳିତ ବର୍ଷ ମଧ୍ୟ ବହୁ ମାତ୍ରାରେ ଜନସମାଗମ ପରିଲକ୍ଷିତ ହେବାର ଆଶା କରାଯାଉଛି। ୨୦୧୬ ମସିହାରେ ଗୀତା ମହୋତ୍ସବ ଭାରତରେ ଆରମ୍ଭ ହେବା ପରେ ୨୦୧୯ ମସିହାରୁ ଲଣ୍ଡନ, କାନାଡ଼ା, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ମଧ୍ୟ ଗୀତା ମହୋତ୍ସବର ଆୟୋଜନ କରାଯାଉଛି।

- Advertisement -

ଆଜିର ସାମ୍ବାଦିକ ସମ୍ମିଳନୀରେ ହରିୟାଣା ମୁଖ୍ୟମନ୍ତ୍ରୀ, ୟୁନାଇଟେଡ଼ ରିପବ୍ଲିକ ଅଫ୍ ତାଞ୍ଜାନିଆର ହାଇ କମିଶନରଙ୍କ ସମେତ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।

ଓଡ଼ିଶା ଚଳିତ ବର୍ଷ ଗୀତା ମହୋତ୍ସବରେ ଷ୍ଟେଟ ପାର୍ଟନର ଭାବେ ଯୋଗଦେବାକୁ ନେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଦେବଭୂମି ଭାରତବର୍ଷରେ ଗୀତା ମହୋତ୍ସବର ଆୟୋଜନ ହେବା ମାଧ୍ୟମରେ ଆଜି ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ବିଭିନ୍ନ ଦେଶ ଯଥା ଲଣ୍ଡନ, କାନାଡ଼ା, ଶ୍ରୀଲଙ୍କା ଆଦିରେ ମଧ୍ୟ ଗୀତା ମହୋତ୍ସବ ପାଳିତ ହେବା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ଆଦର୍ଶ ଓ ପ୍ରଭାବକୁ ସୂଚାଉଛି। ଚଳିତ ବର୍ଷ ଓଡିଶା ଷ୍ଟେଟ ପାର୍ଟନର ଭାବେ ମହୋତ୍ସବରେ ଯୋଗ ଦେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ଆମ ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ମୁଁ ଆଶା କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଓଡ଼ିଶା ପାର୍ଟନର ଷ୍ଟେଟ୍ ଭାବେ ଗୀତା ମହୋତ୍ସବରେ ଯୋଗଦେଉଥିବାରୁ ଓଡ଼ିଶା ଓ ହରିୟାଣା ମଧ୍ୟରେ ଲୋକକଳା, ସଂସ୍କୃତି ଓ ପରମ୍ପରାର ବିନିମୟ ମଧ୍ୟ ହୋଇପାରିବ। ବିଭିନ୍ନ ପ୍ରଦର୍ଶନୀର ଆୟୋଜନ ଓ ପାଭିଲିୟନର ନିର୍ମାଣ ମାଧ୍ୟମରେ ଉଭୟ ରାଜ୍ୟ ଓ ଆମ ଦେଶର ଲୋକକଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରାଯାଇପାରିବ ଯାହା ସମସ୍ତ ଦର୍ଶକମାନଙ୍କ ପାଇଁ ଏକ ଶୈକ୍ଷିକ ବିଷୟବସ୍ତୁ ଭାବେ କାର୍ଯ୍ୟ କରିବା ସହ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ମଧ୍ୟ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ। ଓଡ଼ିଶାର ଗୌରବମୟ ଇତିହାସ, ଲୋକକଳା, ଲୋକନୃତ୍ୟ, ସାହିତ୍ୟ ଓ ପରାମ୍ପରାକୁ ମଧ୍ୟ ଚଳିତ ବର୍ଷ ଗୀତା ମହୋତ୍ସବରେ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories